କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଏବେଠୁ ଆରମ୍ଭ କରିଦେଲେଣି ପ୍ରସ୍ତୁତି । ଏହାରି ଭିତରେ ବିଜେପି ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି । ଦଳର ପଦାଧିକାରୀଙ୍କୁ ନେଇ ଘନ ଘନ ବୈଠକ କରୁଛି ବିଜେପି । ଶୁକ୍ରବାରଠୁ ଦିଲ୍ଲୀରେ ଦଳ ଦୁଇ ଦିନିଆ ବୈଠକ ଆରମ୍ଭ ହୋଇଛି । ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡାଙ୍କ ସମେତ ଅନେକ ବରିଷ୍ଠ ନେତା ସାମିଲ ହୋଇଛନ୍ତି । ୨୦୨୪ରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ବସିଛି । ତେବେ ଏଥର ନିର୍ବାଚନ ପାଇଁ ଦଳର ସ୍ଲୋଗାନ୍ ରହିଛି, ସପନେ ନେହିଁ, ହକିକତ ବୁନତେ , ଇସିଲିଏ ତୋ ସବ୍ ମୋଦୀକୋ ଚୁନତେ’ । ସେହିପରି ୨୦୧୪ରେ ବିଜେପିର ସ୍ଲୋଗାନ୍ ‘ଅଚ୍ଛେ ଦିନ୍ ଆନେ ୱାଲା ହେଁ’ ରହିଥିବା ବେଳେ ୨୦୧୯ରେ ରହିଥିଲା, ଫିର୍ ଏକ ବାର୍ ମୋଦୀ ସରକାର ।
ଲୋକସଭା ନିର୍ବାଚନୀ ପ୍ରସ୍ତୁତି ପଥରେ ବିଜେପି । ଶୁକ୍ରବାରଠୁ ଦିଲ୍ଲୀରେ ଦଳୀୟ ପଦାଧିକାରଙ୍କୁ ନେଇ ଦୁଇ ଦିନିଆ ବୈଠକ ଆରମ୍ଭ
/kanak/media/post_attachments/wp-content/uploads/2023/12/22-24.jpg)