କନକ ବ୍ୟୁରୋ : ଆଗକୁ ରହିଛି ରାଷ୍ଟ୍ରପତି ନିର୍ବାଚନ । ଏହି କ୍ରମରେ ରାଷ୍ଟ୍ରପତି ନିର୍ବାଚନରେ ଜେଡିୟୁ ବି ଏକ ବଡ ଭୂମିକା ନିର୍ବାହ କରିବ । ହେଲେ ବିହାରରେ ବିଜେପି ସହିତ ଜେଡିୟୁର ମେଣ୍ଟ ସରକାର ଥିଲେ ବି କିଛିଦିନ ହେବ ନିତୀଶ ବିଜେପି ବୋଲରେ ନଥିବା ଭଳି ମନେ ହେଉଥିଲା । ଏନେଇ ଆଜି ବିଜେପି ତରଫରୁ ନିତୀଶଙ୍କୁ ମନେଇବାକୁ ଚେଷ୍ଟା କରାଯାଇଛି । ଏକ ସୂତ୍ର ସୂଚନା ମୁତାବକ ବିହାରରେ ଜାତିଗତ ଜନଗଣନା ନେଇ ଆରମ୍ଭରୁ ବିଜେପି ଓ ଜେଡିୟୁ ମଧ୍ୟରେ ଥିବା ମତଭେଦ ଦୂର କରିବାକୁ ବିଜେପି ଏହି ପ୍ରସ୍ତାବରେ ରାଜି ହୋଇଛି ।
ସେପଟେ ବିଜେପି ଜାତିଗତ ଜନଗଣନା ପ୍ରସ୍ତାବରେ ରାଜି ହେବା ପରେ ସର୍ବଦଳୀୟ ବୈଠକ ପାଇଁ ଦିନ ଧାର୍ଯ୍ୟ ହୋଇଛି । ଜୁନ ପହିଲାରେ ଜାତିଗତ ଜନଗଣନା ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର । କହିରଖୁ କି ଏହି ପ୍ରସଙ୍ଗ ମେ ୨୭ ତାରିଖରେ ସର୍ବଦଳୀୟ ବୈଠକ କରିବାକୁ ନିଷ୍ପତ୍ତି ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/53-4.jpg)