ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗ: ରାଜଭବନ ଆଗରେ ବିଜେପିର ଧାରଣା; ନାଁ ପରିବର୍ତ୍ତନ କରି ରାଜ୍ୟ ସରକାର ଲୋକଙ୍କୁ ଠକୁଥିବା ଅଭିଯୋଗ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗ: ରାଜଭବନ ଆଗରେ ବିଜେପିର ଧାରଣା; ନାଁ ପରିବର୍ତ୍ତନ କରି ରାଜ୍ୟ ସରକାର ଲୋକଙ୍କୁ ଠକୁଥିବା ଅଭିଯୋଗ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ପ୍ରସଙ୍ଗରେ ରାଜଭବନ ଆଗରେ ବିଜେପିର ଧାରଣା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାଉସିଂ ଡ଼ର ଅଲ୍ ୨୦୨୨ ଆବାସ ଯୋଜନାରେ ଉଭୟ ଗ୍ରାମାଂଚଳ ଓ ସହରାଂଚଳରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେବାକୁ ଘୋଷଣା ହୋଇଛି । ଏହି ଯୋଜନାରେ ଓଡିଶାରେ ୧୬ ଲକ୍ଷରୁ ଅଧିକ ପକ୍କା ଘର ନିର୍ମାଣ ପରେ ବି ରାଜ୍ୟସରକାର ଅନୈତିକ ଓ ଅଗଣତାନ୍ତ୍ରିକ ଭାବେ ଯୋଜନାର ନାମ ପରିବର୍ତ୍ତନ କରି ରାଜ୍ୟବାସୀଙ୍କୁ ଠକି ଚାଲିଛନ୍ତି ବୋଲି ବିଜେପି କହିଛି ।

publive-image

ଏହା ବିରୁଦ୍ଧରେ ବିଜେପି ପକ୍ଷରୁ ନିକଟରେ ରାଜ୍ୟର ସମସ୍ତ ବ୍ଲକ, ଏନଏସି, ମ୍ୟୁନିସପାଲଟି କର୍ପୋରେସନ ଆଗରେ ବିକ୍ଷୋଭ କରାଯାଇଥିଲା । ଏଥି ସହିତ ହିଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ବିଡିଓଙ୍କୁ ଦେବା ପରେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଏହାର ପ୍ରତିବାଦରେ ଆଜି ରାଜଭବନ ସମ୍ମୁଖରେ ଧାରଣା ଦେଇଛି ଭାରତୀୟ ଜନତା ପାର୍ଟି ।

publive-image

ସେପଟେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗରେ ବିଜେପିର ଅଭିଯୋଗର ଜବାବ ରଖିଛି ବିଜେଡି। ଦଳ ପକ୍ଷରୁ କୁହାଯାଇଛି, ବିଜେପି ପାଖରେ କୌଣସି ପ୍ରସଙ୍ଗ ନାହିଁ। ସେଥି ପାଇଁ ନିଜ ରାଜନୈତିକ ପ୍ରାସଙ୍ଗିକତା ରଖିବା ପାଇଁ ବିଜେପି ନେତାମାନେ ଏପରି ଅପ୍ରସଙ୍ଗକୁ ନେଇ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। ଆବାସ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭଲ ପ୍ରଦର୍ଶନ ପାଇଁ କେନ୍ଦ୍ର ସରକାର ପ୍ରଶଂସା କରିବା ସହ ପୁରସ୍କୃତ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ରର ୬୦ ପ୍ରତିଶତ ଓ ରାଜ୍ୟର ୪୦ ପ୍ରତିଶତ ଅଂଶ ରହିଛି। ଯଦି ରାଜ୍ୟର ପ୍ରଶାସନିକ ଖର୍ଚ୍ଚ ଓ ତଦାରଖ ଖର୍ଚ୍ଚ ଆଦିକୁ ମିଶାଇଲେ ଏହା କେନ୍ଦ୍ରର ଅଂଶ ଠାରୁ ଅଧିକ ହୋଇଯିବ। ଏହା ବାଦ୍ ଓଡ଼ିଶାର ଯେଉଁ ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଉ ନାହାନ୍ତି, ସେମାନଙ୍କୁ ବିଜୁ ପକ୍କା ଘର ଯୋଜନାରେ ଘର ଦିଆଯାଉଛି। ଏହି ଯୋଜନାରେ ରାଜ୍ୟ ସରକାର ସବୁ ଖର୍ଚ୍ଚ ବହନ କରୁଛନ୍ତି। ବିଜେଡି ସରକାରଙ୍କ ଆବାସ କାର୍ୟ୍ୟକ୍ରମରେ ଓଡ଼ିଶାର ଲୋକମାନେ ବହୁତ ସୁବିଧା ପାଉଛନ୍ତି। ବିଜେପି ନେତା ଏହାକୁ ସହ୍ୟ କରିପାରୁ ନାହାନ୍ତି। ଅସହିଷ୍ଣୁ ହୋଇ ସେମାନେ ଏପରି ଭିତ୍ତିହୀନ ଅଭିଯୋଗ ଆଣୁଛନ୍ତି ବୋଲି ବିଜେଡି କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe