ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ଜୋରଦାର ବିରୋଧ : ଭୁବନେଶ୍ୱରରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

କଳାହାଣ୍ଡିରେ କଳାପତାକା ପ୍ରଦର୍ଶନ ବେଳେ ଉଠାଇନେଲା ପୁଲିସ

137

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ବିଜେପିର ବିରୋଧ  । ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ଆହ୍ୱାନ ଦେଇଛି ଦଳ । ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା ଲୋୟର ପିଏମଜିରୁ ନବୀନ ନିବାସ ଅଭିମୁଖେ ବାହାରିଛି । ଏଥିରେ ଶତାଧିକ କର୍ମୀ ସାମିଲ ହୋଇଛନ୍ତି ।

ସେହିପରି ବିଜୁ ପଟ୍ଟନାୟକ ଛକରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଳାପତାକା ପ୍ରଦର୍ଶନ କରୁଥିବା ଯୁବ ବିଜେପି କର୍ମୀଙ୍କୁ ଅଟକ ରଖିଛି ପୋଲିସ । ମୁଖ୍ୟମନ୍ତ୍ରୀ ଯେଉଁ ସ୍ଥାନକୁ ଯିବେ ସେଠାରେ ବିରୋଧ କରାଯିବ ବୋଲି ଦଳ ପୂର୍ବରୁ ଚେତାବନୀ ଦେଇଥିଲା । ସେହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଗଡିବାକୁ ଦିଆଯିବ ନାହିଁ ବୋଲି ଦଳ କହିଛି  । ଏଥିସହ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ମୁଖ୍ୟମନ୍ତ୍ରୀ ଓ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତଳିକା ଦାହ କରିବ ବିଜେପି ।