ଦିଲ୍ଲୀକୁ ନେଇ ବିଜେପିର ନୂଆ ପ୍ଲାନ । କଟିବ ୫ ସାଂସଦଙ୍କ ଟିକେଟ, ମାତ୍ର ୨ଜଣ ପୁରୁଣା ସାଂସଦଙ୍କୁ ଟିକେଟ ଦେବ ବିଜେପି

229

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ବିଜେପି ଦିଲ୍ଲୀ ପାଇଁ ନୂଆ ପ୍ଲାନ ପ୍ରସ୍ତୁତ କରିଛି । ସୂତ୍ର ସୂଚନା ମୁତାବକ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ମୋଟ ୭ ଲୋକସଭା ଆସନ ରହିଛି ଓ ସମସ୍ତ ସାଂସଦ ବିଜେପି ସମର୍ଥିତ । ହେଲେ ଆଗକୁ ଥିବା ଲୋକସଭା ନିର୍ବାଚନରେ ବିଜେପି ଷ୍ଟାଣ୍ଡିଂ ସାଂସଦଙ୍କ ମଧ୍ୟରୁ ୫ଜଣଙ୍କର ଟିକେଟ କାଟିବାକୁ ଯାଉଛି । କେବଳ ୨ ଜଣ ସାଂସଦଙ୍କୁ ପୁଣି ଟିକେଟ ମିଳିବ ବୋଲି ଜଣାପଡିଛି । ବାକି ୫ଟି ଆସନରେ ନୂଆ ଚେହେରାଙ୍କୁ ସୁଯୋଗ ଦେବ ଦଳ । ହେଲେ ଏହି ୫ ନୂଆ ଚେହେରା କିଏ ତାହା ସ୍ପଷ୍ଟ ହୋଇପାରିନାହିଁ ।

ସେପଟେ ଲୋକସଭା ନିର୍ବାଚନ ପାଇଁ ଆଶାୟୀଙ୍କ ନାମ ଉପରେ ବିଚାର ବିମର୍ଷ କରିବାକୁ ବିଜେପି ତରଫରୁ କେନ୍ଦ୍ରୀୟ ନିର୍ବାଚନ ସମିତିର ଦ୍ୱିତୀୟ ବୈଠକ ମାର୍ଚ୍ଚ ୬ ତାରିଖରେ ଅନୁଷ୍ଠିତ ହୋଇପାରେ । କୁହାଯାଉଛି କି, ବୁଧବାର ବୈଠକରେ ବିଜେପି ଆନ୍ଧ୍ରପ୍ରଦେଶ, ପଞ୍ଜାବ, ମହାରାଷ୍ଟ୍ର ଓ ବିହାର ସମେତ ଅନ୍ୟ କିଛି ରାଜ୍ୟର ଆଶାୟୀ ପ୍ରାର୍ଥୀଙ୍କ ନାମ ଉପରେ ବିଚାର କରିବ ।