କନକ ବ୍ୟୁରୋ: ବିଜେପି ପକ୍ଷରୁ କଳାହାଣ୍ଡି ବନ୍ଦ । ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ୧୨ଘଣ୍ଟିଆ ବନ୍ଦ ପାଳନ କରୁଛି ଦଳ । ଧର୍ମଗଡ, ଜୁନାଗଡ଼ ଓ ଗୋଳାମୁଣ୍ଡା ବ୍ଲକ ଅଞ୍ଚଳରେ ବନ୍ଦର ପ୍ରଭାବ ପଡ଼ିଛି । ଧାନର କଟନି ଛଟନି, କପାର ଅଭାବି ବିକ୍ରି ସହରାଞ୍ଚଳରେ ବିଦ୍ୟୁତ୍ ଦର ବୃଦ୍ଧି ଏବଂ ଜିଲ୍ଲାରେ ଅବାଧ ମଦ କାରବାରକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଛି । ବିଜେପି ନେତା ଓ କର୍ମୀ ରାସ୍ତା ଉପରେ ଆନ୍ଦୋଳନ କରୁଛନ୍ତି । ଫଳରେ ଗାଡ଼ିମଟର ଚଳାଚଳ ସହ ଦୋକାନ ବଜାର ଓ ସ୍କୁଲ କଲେଜ ବନ୍ଦ ରହିଛି ।
ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ । ଧାନ , କପାର ଅଭାବୀ ବିକ୍ରି ଓ ଅବାଧ ମଦ କାରବାରକୁ ବିରୋଧ ।
/kanak/media/post_attachments/wp-content/uploads/2024/01/11-4.jpg)