କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ବିଜେପିର ବିଜୟ ସଂକଳ୍ପ ଅଭିଯାନ । ଆସନ୍ତା ୧୭ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ । ଏହି ଅଭିଯାନରେ ପ୍ରଧାନମନ୍ତ୍ରୀଙ୍କ ଜନ କଲ୍ୟାଣ ଯୋଜନା ସଂପର୍କରେ ଅବଗତ କରାଯିବା ସହ ଦୁଇଟି ନିର୍ଣ୍ଣାୟକ ମୁଦ୍ଦା ପ୍ରସଙ୍ଗରେ ବିଶେଷ ଗୁରୁତ୍ୱ ଦେଉଛି ଦଳ । ପ୍ରଥମଟି ହେଲା ନବୀନ ସରକାର ବଦଳିବା ଦରକାର ଏବଂ ଅନ୍ୟଟି ହେଲା ମୋଦି ସରକାର ଆସିବା ଦରକାର ।
ସେହିପରି ଏହି ୭ ଦିନିଆ ଅଭିଯାନରେ ରାଜ୍ୟରେ ପାଖାପାଖି ୫ ହଜାରରୁ ସାଢେ ୫ ହଜାର ସଭା ଆୟୋଜିତ କରିବ ଦଳ ଏବଂ ଏହି ସଭା ମାଧ୍ୟମରେ ରାଜ୍ୟ ପ୍ରତି ପ୍ରଧାନମନ୍ତ୍ରୀଙ୍କର ପୂରା ୬୦ ମାସର ଅବଦାନ ସଂପର୍କରେ ଦଳ ସିଧାସଳଖ ଭାବରେ ଜନାତଙ୍କ ନିକଟରେ ଉପସ୍ଥାପନା କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।
ବିଜେପିର ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ରହିଛି କେନ୍ଦ୍ରରେ ପୁଣିଥରେ ମୋଦି ସରକାର ଗଢ଼ିବା । ଏବଂ ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ସରକାର ଗଢ଼ିବା । ତେବେ ପୂର୍ବରୁ ବିଜେପି ‘ମୋ ଘର ବିଜପି ପରିବାର’ କାର୍ଯ୍ୟକ୍ରମ ଆରମ୍ଭ କରି ବିଜେପି କର୍ମୀମାନେ ଘର ଆଗରେ ପତାକା ମାରି ଦବଦବା ଦେଖାଇଛନ୍ତି । ଏବେ ବିଜେପିର ଏହି ଅଭିଯାନ ଦ୍ୱାରା ଆହୁରି କିଛି ଲୋକ ବିଜେପି ପ୍ରତି ଆକୃଷ୍ଟ ହେବେ ବୋଲି ଆଶା କରାଯାଇଛି । ରାଜ୍ୟର ସାଢ଼େ କୋଟି ଲୋକଙ୍କ ପାଖରେ ବିଜେପିର ଉନ୍ନତି ମୂଳକ କାର୍ଯ୍ୟକ୍ରମ ପହଁଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/289669-bjp-congress-flag_0.jpeg)
/kanak/media/post_attachments/wp-content/uploads/2019/03/BJP-750x430-1-300x172.jpg)
/kanak/media/post_attachments/wp-content/uploads/2019/03/vlcsnap-2019-03-06-12h13m18s119-768x563-1-300x220.png)