ବିଜୁଳିଦର ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ୍ କାଟକୁ ବିରୋଧ : ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ଆଜିଠୁ ରାସ୍ତାକୁ ଓହ୍ଲାଇବ ବିଜେପି

88

କନକ ବ୍ୟୁରୋ : ବିଜୁଳିର ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବିରେ ଆଜିଠାରୁ ରାସ୍ତାକୁ ଓହ୍ଲାଇବ ବିଜେପି । ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ୭ ଦିନ କାଳ ବିଜୁଳି ଯୋଗାଣ କାର୍ଯ୍ୟାଳୟ ଆଗରେ ବିଜେପି ପ୍ରତିବାଦ କରିବ । ଏନେଇ ଗତକାଲିି ସୂଚନା ଦେଇଥିଲେ, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । କହିଥିଲେ, କୋରାନ କାଳରେ ସେବା କମ ଟିକସ ଅଧିକ । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ବିଜୁଳି ପରିଚାଳନା ଯୋଗୁଁ ୟୁନିଟ ପିଛା ବିଦ୍ୟୁତ ଦର ୩୦ ପଇସା ଓ ୫୦ ପଇସା ବଢିଛି । ଏସଡିଆରଏଫରେ ଥିବା ଟଙ୍କା ବାତ୍ୟା ସମୟରେ ବିଦ୍ୟୁତ ଭିତିଭୂମୀ ଲାଗି ଖର୍ଚ୍ଚ ହୋଇଛି । କେତେ ଖର୍ଚ୍ଚ ହୋଇଛି ? କେଉଁଠି ଖର୍ଚ୍ଚ ହୋଇଛି ? ତା ଉପରେ ଶ୍ୱେତପତ୍ର ଜାରି କରିବାକୁ ଦାବି କରିଛି ବିଜେପି ।