ଆଜିଠୁ ବିଜେପିର ବ୍ଲକ୍ ଘେରାଉ । ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଠାଚାର ଓ ପିିସି କାରବାର ବିରୋଧରେ ତିନି ଦିନ ବ୍ୟାପି ବିଜେପିର ଆନ୍ଦୋଳନ

78

କନକ ବ୍ୟୁରୋ: ଆଜିଠୁ ବିଜେପିର ବ୍ଲକ୍ ଘେରାଉ । ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ପିସି କାରବାର ବିରୋଧରେ ବିଜେପି ଆନ୍ଦୋଳନ କରିବାକୁ ନିଷ୍ପତି ନେଇଛି । ଆଜିଠାରୁ ଦଳ ପକ୍ଷରୁ ସମସ୍ତ ବ୍ଲକ ଘେରାଉ କରାଯିବ । ୨୭, ୨୯ ଓ ୩୦ ତାରିଖରେ ପର୍ଯ୍ୟାୟକ୍ରମେ ଏହି ଘେରାଉ କରିବେ ଓ କର୍ମୀମାନେ ଧାରଣା ଦେବେ ।

ଚିଟଫଣ୍ଡ, ଖଣି, ଡାଲି, ଚାରା,ବାଲିଘାଟ ଆଦି ଦୁର୍ନୀତି କୃଷି ଋଣ ଜାଲିଆତି, ଧାନ କିଣାରେ ଚଂଚକତା କରି ସହାୟକ ମୂଲ୍ୟ ନଦେବା, ଇନପୁଟ୍ ସବସିଡିର ବାଟମାରଣା ଚାଷୀଙ୍କୁ ବାଧୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି । ସେହିପରି ରାସନ କାର୍ଡ ବଂଟନ ଠାରୁ ଆରମ୍ଭ କରି ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଦୁର୍ନୀତି ହେଉଥିବା ଅଭିଯୋଗ କରିଛି ବିଜେପି । ଆଉ ଏହାର ପ୍ରତିବାଦରେ ଆଜିଠାରୁ ସବୁ ବ୍ଲକରେ ବିଜେପି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିବେ ।

ସେପଟେ ବିଜେଡ଼ି ମଧ୍ୟ ଏହାର ଜବାବ ରଖିଛି । ବିଜେଡ଼ି ମୁଖପାତ୍ର ସସ୍ମିତ୍ ପାତ୍ର କହିଛନ୍ତି ଯେ, ନିର୍ବାଚନକୁ ଆଉ କେଇ ମାସ ବାକି ରହିଛି ତେଣୁ ବିଜେପି ନିଜ କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି କରୁଛି । ଯଦି ସତରେ ଓଡ଼ିଶା ପ୍ରତି ତାଙ୍କର ଦରଦ ଥାଆନ୍ତା ତେବେ ରାଜ୍ୟକୁ କେନ୍ଦ୍ର ଅବହେଳା କରୁଥିବା ପ୍ରସଙ୍ଗ ମଧ୍ୟ ଉଠାଇଥାନ୍ତେ । ବିଜେପିର କେବଳ ଏହା କୁମ୍ଭୀର କାନ୍ଦଣା ସଦୃଶ । ଏହାର କିଛି ପ୍ରଭାବ ନବୀନ ସରକାରଙ୍କ ଉପରେ ପଡ଼ିବ ନାହିଁ ବୋଲି ସସ୍ମିତ୍ କହିଛନ୍ତି ।