କନକ ବ୍ୟୁରୋ : ରତ୍ନଭଣ୍ଡାର ଚାବି ହଜିବା ନେଇ ଦିନକୁ ଦିନ ରାଜନୀତି ବଢ଼ି ଚାଲିଛି । ଆଉ ଏସବୁ ଭିତରେ ଏହାକୁ ରାଜନୈତିକ ମୁଦ୍ଦା କରିବାକୁ ଆଦୌ ସୁଯୋଗ ହାତଛଡ଼ା କରୁନାହିଁ ବିଜେପି । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଜେପି, ରାଜ୍ୟର ସବୁ ଜିଲ୍ଲା ଓ ଉପଖଣ୍ଡରେ କାଲିଠୁ ଜନଜାଗରଣ ଓ ବିକ୍ଷୋଭ କରିବ । ଏଥିସହ ସପ୍ତାହବ୍ୟାପୀ ସବୁ ଥାନାରେ ଏତଲା ଦେବ ।
ପ୍ରେସମିଟ କରି ବିଜେପି କହିଛି, ରାଜ୍ୟ ସରକାର ଚାବି ହଜିବା ନେଇ ଫୌଜଦାରୀ ମାମଲା ଦାଏର ନକରି ନ୍ୟାୟିକ ତଦନ୍ତ ଆଦେଶ ଦେବା, କେବଳ ଧର୍ମକୁ ଆଖିଠାର ଭଳି । ତେବେ ଘଟଣାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏଫଆଇଆରର କିଛି ଅର୍ଥ ନାହିଁ, ବରଂ ଏହା କେବଳ ରାଜନୀତି ବୋଲି କହିଛି ବିଜେଡି । ଲୋକଙ୍କ ଭାବାବେଗ ସହ ଖେଳିବାକୁ ବିଜେପି ଚେଷ୍ଟା କରୁଛି ବୋଲି ବିଜେଡ଼ି ଅଭିଯୋଗ ଆଣିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/06/KEY.jpg)