ମାନସ ଦାସଙ୍କ ଗିରଫଦାରୀ ଦାବି କଲା ବିଜେପି : ଆସନ୍ତାକାଲିଠାରୁ ଖୋର୍ଦ୍ଧା ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦେବ ଦଳ

 କହିଲେ, ମାନବବାଦୀ ସଂଗଠନ ନାଁରେ  ଜୁଲମ କରୁଛି ମାନସ ଦାସ,ସେପଟେ ମାନସ ଦାସର ଫତୁଆ ଯୋଗୁଁ ଅଟକିଗଲା ବାହାଘର; ଖୋର୍ଦ୍ଧା କୁଶପପଲ୍ଲା ଗାଁରୁ ଅଭିଯୋଗ

124

କନକ ବ୍ୟୁରୋ : ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସର ଗିରଫ ଦାବି । ଆସନ୍ତାକାଲିଠୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବିଜେପି । ବିଜେପି ଅଭିଯୋଗ କରିଛି ମାନବବାଦୀ ସଂଗଠନ ନାଁରେ ଜୁଲ କରାଯାଉଛି । ସରକାରୀ ଦଳର ପ୍ରୋତ୍ସାହନରେ ଏସବୁ ଚାଲିଥିବା ଦଳ ଅଭିଯୋଗ କରିଛି । ବିଜେପି କହିଛି ୨୦୧୮ରେ ମସିହାରେ ମାନସ ଦାସ ବିଜେଡିରେ ସାମିଲ ହୋଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଫୁଲମାଳ ପିନ୍ଧାଇଥିଲେ ।  ଏତେ ସବୁ ଅପରାଧରେ ସାମିଲ ଥିଲେ ମଧ୍ୟ ବିଜେଡି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ  । ଏପରିକି ତାଙ୍କୁ ଦଳରୁ ନିଲମ୍ବନ ମଧ୍ୟ କରାଯାଇନାହିଁ । ବିଜେଡି ନେତାମାନେ ମାନସକୁ ଗୁରୁଜୀ ସମ୍ବୋଧିତ କରିବା ଫଳରେ ତଦନ୍ତ ବାଟବଣା ହେଉଛି ବୋଲି ଅଭିଯୋଗ କରିଛି ବିଜେପି । ସେପଟେ ବିଭୂ ତରାଇଙ୍କ ନେତୃତ୍ୱରେ ବିଜେପିର ଏକ ଫ୍ୟାକ୍ଟ ଫାଇଣ୍ଡି ଟିମ୍ ମୃତ ସତ୍ୟବ୍ରତ ନାୟକଙ୍କ ପରିବାର ଲୋକଙ୍କୁ ଭେଟିଛି । ତୁରନ୍ତ ମାନସ ଦାସକୁ ଗିରଫ କରିବାକୁ ଦାବି କରିଛି ଦଳ ।