କନକ ବ୍ୟୁରୋ : ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସର ଗିରଫ ଦାବି । ଆସନ୍ତାକାଲିଠୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବିଜେପି । ବିଜେପି ଅଭିଯୋଗ କରିଛି ମାନବବାଦୀ ସଂଗଠନ ନାଁରେ ଜୁଲ କରାଯାଉଛି । ସରକାରୀ ଦଳର ପ୍ରୋତ୍ସାହନରେ ଏସବୁ ଚାଲିଥିବା ଦଳ ଅଭିଯୋଗ କରିଛି । ବିଜେପି କହିଛି ୨୦୧୮ରେ ମସିହାରେ ମାନସ ଦାସ ବିଜେଡିରେ ସାମିଲ ହୋଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କୁ ଫୁଲମାଳ ପିନ୍ଧାଇଥିଲେ । ଏତେ ସବୁ ଅପରାଧରେ ସାମିଲ ଥିଲେ ମଧ୍ୟ ବିଜେଡି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏପରିକି ତାଙ୍କୁ ଦଳରୁ ନିଲମ୍ବନ ମଧ୍ୟ କରାଯାଇନାହିଁ । ବିଜେଡି ନେତାମାନେ ମାନସକୁ ଗୁରୁଜୀ ସମ୍ବୋଧିତ କରିବା ଫଳରେ ତଦନ୍ତ ବାଟବଣା ହେଉଛି ବୋଲି ଅଭିଯୋଗ କରିଛି ବିଜେପି । ସେପଟେ ବିଭୂ ତରାଇଙ୍କ ନେତୃତ୍ୱରେ ବିଜେପିର ଏକ ଫ୍ୟାକ୍ଟ ଫାଇଣ୍ଡି ଟିମ୍ ମୃତ ସତ୍ୟବ୍ରତ ନାୟକଙ୍କ ପରିବାର ଲୋକଙ୍କୁ ଭେଟିଛି । ତୁରନ୍ତ ମାନସ ଦାସକୁ ଗିରଫ କରିବାକୁ ଦାବି କରିଛି ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/25.jpg)