ପଶ୍ଚିମବଙ୍ଗ ନିଜର ଝିଅ ଚାହୁଁଛି, ପିଉସୀ ନୁହେଁ; ବିଜେପିିର ଏଭଳି ପୋଷ୍ଟର ପରେ ଜବାବ ରଖିଲା ଟିଏମସି

Advertisment
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା । ଦିଦି-ମୋଦିଙ୍କ ଭିତରେ ଜୋରଦାର ହେବ ଲଢେଇ ।

କନକ ବ୍ୟୁରୋ: ଖରାର ଉତ୍ତାପ ବଢ଼ିବା ସହ ପଶ୍ଚିମବଙ୍ଗରେ ବଢ଼ିବାରେ ଲାଗିଛି ନିର୍ବାଚନ ତାତି। କ୍ଷମତାକୁ ଆସିବା ପାଇଁ ରାଜନୈତିକ ଦଳମାନେ ଆରମ୍ଭ କଲେଣି ନିର୍ବାଚନ ପ୍ରଚାର। ଏ ମଧ୍ୟରେ ବିଜେପି ଓ ଟିଏମସି ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର। ଗତ କିଛି ଦିନ ହେଲାଣି ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ଏହି ଦୁଇଟି ଦଳ। ଗୁରୁବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ୍ୟାଟେରି ଚାଳିତ ସ୍କୁଟରରେ ବସି ତୈଳଦର ବୃଦ୍ଧି ନେଇ ପ୍ରତିବାଦ କରିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଆଉ ଆଜି ବିଜେପି ଏକ ପୋଷ୍ଟର ଜାରି କରି ଟିଏମସିକୁ ଟାର୍ଗେଟ କରିଥିବା ଦେଖାଯାଇଛି। ପୋଷ୍ଟରରେ ଲେଖାଯାଇଛି ଯେ, ପଶ୍ଚିମବଙ୍ଗ ନିଜର ଝିଅ ଚାହୁଁଛି, ପିଉସୀ ନୁହେଁ।

ଏହା ସହ ବିଜେପି ପୋଷ୍ଟରକୁ ଟୁଇଟ ମଧ୍ୟ କରିଥିବା ଦେଖାଯାଇଛି, ଯାହାର କ୍ୟାପସନରେ ପଶ୍ଚିମବଙ୍ଗ ନିଜର ଝିଅ ଚାହୁଁଛି, ପିଉସୀ ନୁହେଁ ଲେଖାଯାଇଥିବା ଦେଖିବାକୁ ମିଳିଛି। ପୋଷ୍ଟରରେ ୯ଜଣ ବିଜେପି ନେତ୍ରୀଙ୍କର ଫଟୋ ରହିଛି। ତେବେ ବିଜେପିର ଏଭଳି ପୋଷ୍ଟର ଜାରି କରିବା ପରେ ଜବାବ ରଖିଛି ଟିଏମସି। ପୋଷ୍ଟରରେ ଥିବା ୯ଜଣ ନାରୀ ନେତ୍ରୀଙ୍କ ମଧ୍ୟରୁ କିଏ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ, ତାହା ଜଣାଇବା ପାଇଁ ବିଜେପିକୁ ପ୍ରଶ୍ନ କରିଛି ଟିଏମସି।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଟିଏମସି ନେତା ଜିତେନ୍ଦ୍ର ତିୱାରୀ କହିଛନ୍ତି ଯେ, ବିଜେପି କହୁଛି ପଶ୍ଚିମବଙ୍ଗର ଝିଅ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବ। ଏହାକୁ ନେଇ ସେମାନେ ପୋଷ୍ଟର ମଧ୍ୟ ଜାରି କରିଛନ୍ତି। କିନ୍ତୁ ପୋଷ୍ଟର ଜାରି ସହ ବିଜେପି ଏହା ମଧ୍ୟ ଜଣାଇଦେବା ଦରକାର ଯେ, ପୋଷ୍ଟରରେ ଥିବା ୯ଜଣଙ୍କ ମଧ୍ୟରୁ କିଏ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe