କନକ ବ୍ୟୁରୋ: ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନର ପ୍ରସ୍ତୁତି ଆରମ୍ଭ କରିସାରିଛି ବିଜେପି । ରାଜସ୍ଥାନ ଆଜମେରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶାଳ ଜନସଭାର ଶୁଭାରମ୍ଭ କରିଛନ୍ତି । ଜୁନ ମାସ ସାରା ଏହି କାର୍ଯ୍ୟକ୍ରମ ଜାରିରହିବ । ଏହି ଅଭିଯାନରେ ସାରା ଦେଶରେ ମୋଦୀ ସରକାରର ୯ ବର୍ଷର ଉପଲବ୍ଧିକୁ ଲୋଙ୍କ ପାଖରେ ପହଞ୍ଚାଯିବ । ଏହା ସହ ଏହି ଅଭିଯାନ ଜରିଆରେ ଲୋକଙ୍କୁ ବିଭିନ୍ନ ଯୋଜନାରେ ଯୋଡିବାକୁ ପ୍ରୟାସ କରାଯିବ ।
ସେହିଭଳି କିଛି ଅଭିନବ ପ୍ରୟାସ ମଧ୍ୟ ଦଳ ଆରମ୍ଭ କରିବାକୁ ଯାଉଛି । ଯେଉଁଥିରେ ଦଳଠାରୁ ଦୂରେଇଥିବା ନେତା ତଥା ନାରାଜ ଥିବା ନେତାମାନଙ୍କୁ ମନାଇବା ପାଇଁ ଉଦ୍ୟମ ହେବ । ସେମାନଙ୍କୁ ଦଳ ସକ୍ରିୟ କରିବା ପାଇଁ ଉଦ୍ୟମ କରିବ । ଆଗାମୀ ନିର୍ବାଚନରେ ସେମାନଙ୍କୁ ଉପଯୋଗ କରିବା ପାଇଁ ଦଳ ଉଦ୍ୟମ କରିବ । ଏହି ବୈଠକ ବିଧାନସଭାସ୍ତରରେ ହେବ । ଏହି ବୈଠକର ନାମ ରଖାଯାଇଛି ଟିଫିନ ବୈଠକ । ପ୍ରଥମ ଟିଫିନ ବୈଠକର ଶୁଭାରମ୍ଭ ଜୁନ ୩ରେ ଆଗ୍ରାରେ ହେବ । ଏହାର ଶୁଭାରମ୍ଭ ଜେପି ନଡ୍ଡା କରିବାର କାର୍ଯ୍ୟକ୍ରମ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/story_image_1673237810.jpg)