କନକ ବ୍ୟୁରୋ : ବିଜେପି ତରଫରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୨୮ ଜଣ ମହିଳାଙ୍କୁ ସ୍ଥାନ ମିଳିଛି । ଏହି କ୍ରମରେ ପୂର୍ବତନ ବିଦେଶମନ୍ତ୍ରୀ ସୁଷମା ସ୍ୱରାଜଙ୍କ କନ୍ୟା ବାଂଶୁରୀ ସ୍ୱରାଜଙ୍କ ଉପରେ ଦଳ ଭରସା କରିଛି । ବାଂଶୁରୀଙ୍କୁ ନୂଆଦିଲ୍ଲୀ ଲୋକସଭା ଆସନରୁ ଟିକେଟ ଦେଇଛି ଦଳ ।
ବାଂଶୁରୀ ସ୍ୱରାଜ ପେଶାରେ ଜଣେ ଆଇନଜୀବୀ । ସେ ଦିଲ୍ଲୀ ବିଜେପିର ଆଇନ ପରାମର୍ଶଦତା ପ୍ରକୋଷ୍ଠରେ ସହ ସଂଯୋଜକ ଭାବେ ବିଜେପି ନିଯୁକ୍ତ କରିଥିଲା । ସେ ବରାବିକ ବିଶ୍ୱବିଦ୍ୟାଳୟରୁ ସାହିତ୍ୟରେ ସ୍ନାତକ ଓ ଲଣ୍ଡନର ବିପିପି ଆଇନ କଲେଜରୁ ଆଇନରେ ଡିଗ୍ରୀ ହାସଲ କରିଛନ୍ତି । ସେ ଜଣେ ବାରିଷ୍ଠର ଭାବେ ଯୋଗ୍ୟତା ହାସଲ କରିଛନ୍ତି । ଏହାସହ ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଅଫ୍ ଷ୍ଟଡିଜ ଶେଷ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/22-2.jpg)