ବିଜେପିରେ ଥମୁନି ଟିକେଟ୍ ଟେନସନ୍ । ଚିତ୍ରକୋଣ୍ଡା ଓ ସତ୍ୟବାଦୀରେ ଆଶାୟୀ ପ୍ରାର୍ଥୀ ସମର୍ଥଙ୍କ ହଙ୍ଗାମା ।

112

କନକ ବ୍ୟୁରୋ: ଥମିବାର ନାଁ ନେଉନି ବିଜେପି ଟିକେଟ୍ ତାଲିକା ଟେନସନ । ପ୍ରାର୍ଥୀ ଚୟନକୁ ନେଇ ଚାରିଆଡ଼େ ପ୍ରତିବାଦର ସ୍ୱର ଉଠାଉଛନ୍ତି ବିଜେପି କର୍ମୀ । ବିଜେପି ପ୍ରାର୍ଥୀ ଚୟନରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ କରିଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେପି ଆଶାୟୀ ପ୍ରାର୍ଥୀ ତଥା ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା । ପ୍ରହ୍ଲାଦ କହିଛନ୍ତି ଯେ, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ଆଦିବାସୀଙ୍କ ପାଇଁ ସଂରକ୍ଷଣ ଥିବାବେଳେ ଜଣେ ଅଣ ଆଦିବାସୀ ପଦୁ ମାଝୀଙ୍କୁ କିପରି ଟିକେଟ୍ କାହିଁକି ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ପ୍ରହ୍ଲାଦ । ଯାହା ଦର୍ଶାଉଛି ଯେ ବିଜେପିରେ ବର୍ତ୍ତମାନ ପ୍ରାର୍ଥୀ ଚୟନରେ ଅହେତୁକ ଅନିୟମିତତା ଆରମ୍ଭ ହୋଇଛି । ତେବେ ଏନେଇ ମାଥାଲି ବ୍ଲକର ପାଙ୍ଗାମ ଠାରେ ବିଜେପି କର୍ମୀ ପ୍ରହ୍ଲାଦଙ୍କ ସମର୍ଥକମାନେ ବିରୋଧ କରିଛନ୍ତି ।

ସେହିଭଳି ବିଜେପି ଟିକେଟ୍ ଟେନସନ୍ ପିପିଲି ରାଜନୀତିକୁ ମଧ୍ୟ ଉଷ୍ମ କରିଛି । ସତ୍ୟବାଦୀ ବିଜେପି ପ୍ରାର୍ଥୀ ଓମ ପ୍ରକାଶଙ୍କୁ ବିଜେପି ଟିକେଟ୍ ଦେବାପରେ ଏହାକୁ ବିରୋଧ କରି ରମା ରଞ୍ଜନ ବଳିଆରସିଂହଙ୍କ ସମର୍ଥକମାନେ ହଙ୍ଗାମା କରିଛନ୍ତି । ହାତରେ ବ୍ୟାନର ଓ ରମାରଞ୍ଜନଙ୍କ ସମର୍ଥନରେ ନାରାବାଜି କରି ବିରୋଧ କରିଛନ୍ତି ରମାଙ୍କ ସମର୍ଥକ । ତାଙ୍କ କହିବା ମୁତାବକ, ଓମ ପ୍ରକାଶ ଜଣେ ଅଯୋଗ୍ୟ ପ୍ରାର୍ଥୀ ସେ କେବଳ ତାଙ୍କ ବ୍ୟବସାୟ ବ୍ୟତୀତ କର୍ମୀଙ୍କ ସହ ମିଳାମିଶା କରନ୍ତି ନାହିଁ । କେବଳ ଟଙ୍କା ଦେଇ ଟିକେଟ୍ ପାଇଛନ୍ତି ତେଣୁ ସତ୍ୟବାଦୀରେ ରମାରଞ୍ଜନ ବଳିଆରସିଂହଙ୍କୁ ଟିକେଟ୍ ଦେବାକୁ ଦାବି କରିଛନ୍ତି ସତ୍ୟବାଦୀ ବିଜେପି କର୍ମୀ ।