ରାଜନୀତିରେ ଚାଷୀ ପ୍ରସଙ୍ଗ । ଆରଡିସିଙ୍କ ସହ ବିଜେପିର ୯ ଜଣିଆ ପ୍ରତିନିଧି ଦଳଙ୍କ ଆଲୋଚନା ।

112

କନକ ବ୍ୟୁରୋ : ବିଜେପିର ୯ ଜଣିଆ ପ୍ରତିନିଧି ଦଳ ଆରଡିସିଙ୍କ ସହ ଆଲୋଚନା କରୁଛନ୍ତି । ମଣ୍ଡି ସମସ୍ୟାକୁ ନେଇ ଆରଡିସି କାର୍ଯ୍ୟାଳୟରେ ଆଲୋଚନା କରୁଛନ୍ତି ବିଜେପି ନେତା । ବରିଷ୍ଠ ବିଜେପି ନେତା କେଭି ସିଂ ଦେଓ ଏବଂ ସୁରେଶ ପୂଜାରୀଙ୍କ ନେତୃତ୍ୱରେ ଆଲୋଚନା କରୁଛନ୍ତି ୯ ଜଣିଆ ପ୍ରତିନିଧି ଦଳ । ଗତକାଲିଠୁ ସମ୍ବଲପୁର ଟାଉନ ଥାନାରେ ଡେରା ପକାଇଥିଲେ ବିଜେପି ନେତା ।

ମଣ୍ଡିରେ ଧାନ ଉଠାଣ ସମସ୍ୟାକୁ ନେଇ ଆଜି ଟାଉନ ଥାନାରେ ଧସେଇ ପଶିବାକୁ ଉଦ୍ୟମ କରି ବିଜେପି ନେତା ଠେଲାପେଲା କରିଥିଲେ । ବିଜେପି ସଭାପତି ଓ ବିରୋଧୀ ଦଳ ନେତାଙ୍କୁ ଗତକାଲି ଅପରାହ୍ନରୁ ଛାଡି ଦେଇଛି ପୁଲିସ । ତଥାପି ଦଳର ନେତାମାନେ ମଣ୍ଡିରେ ଧାନ ଉଠାଇବା ଦାବିରେ ଅଡି ବସିଥିଲେ । ଏବେ ଆରଡିସିଙ୍କ ସହ ଆଲୋଚନା କରିବା ପରେ କଣ ନିଷ୍କର୍ସ ବାହାରୁଛି ତା ଉପରେ ସମସ୍ତଙ୍କ ନଜର ରହିଛି ।