କନକ ବ୍ୟୁରୋ: ପରୀ ମୃତ୍ୟୁ ମାମଲାକୁ ନେଇ ଆଜି ନୟାଗଡ଼ ଜିଲ୍ଲା ଯଦୁପୁର ଗାଁକୁ ଯିବ ବିଜେପିର ଏ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିଜେପିର ସମସ୍ତ ବିଧାୟକ ଯାଇ, ପୀଡ଼ିତ ପରିବାରଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଆଉ ସେପଟେ ବିଧାନସଭା ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ହେବା ପୂର୍ବରୁ ଅଧିବେଶନର ଶେଷ ଦିନରେ ବି ବିରୋଧୀ ଦଳର ସଦସ୍ୟମାନେ ଗୃହରେ ହଙ୍ଗାମା କରିଥିଲେ ।
ନ୍ୟାୟ ଦାବିରେ ବିଜେପି ସଦସ୍ୟମାନେ ଗୃହରେ ହୋହାଲ୍ଲା କରିଥିଲେ । ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ ବିଜେପି ସଦସ୍ୟମାନେ ପାଟିତୁଣ୍ଡ କରିବା ସହ ଗାନ୍ଧୀମୂର୍ତି ତଳେ ପ୍ରତିବାଦ କରିଥିଲେ । ବିଜେପି ବିଧାୟକ ମୋହନ ମାଝୀ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ । ବିଜେପି ସଦସ୍ୟମାନେ ବ୍ୟାନର ଦେଖାଇ ହୋହାଲ୍ଲା କରିବାରୁ ବାଚସ୍ପତି ଗୃହକୁ ବାରମ୍ବାର ମୂଲତବୀ କରିଥିଲେ । ପରୀ ମାମଲାରେ ସିବିଆଇ ତଦନ୍ତ ହେଉ, ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ବିଜେପି ଦାବି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/4-39.jpg)