କନକ ବ୍ୟୁରୋ: ରାଜ୍ୟରେ ପିଡିଏସ୍ ବଣ୍ଟନରେ ହେରଫେର୍ ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି । ରାଜ୍ୟ ସରକାରଙ୍କ ରାସନ ତାଲିକାରେ ୫ ଲକ୍ଷ ଭୂତ ହିତାଧିକାରୀ ଥିବା ଅଭିଯୋଗ ଆଣିଛନ୍ତି ଦଳର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ । ତେବେ ଏହି ଭୂତ ହିତାଧିକାରୀ କିଏ ତାର ଜବାବ ରଖିବାକୁ ସେ ଦାବି କରିଛନ୍ତି । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାମାରୀ ସମୟରେ କେନ୍ଦ୍ର ସରକାର ଯୋଗାଉଥିବା ରାସନ ଓ ଆର୍ଥିକ ସହାୟତାକୁ ହରିଲୁଟ କରାଯାଇଛି ।
ପିଡିଏସ୍ ବଣ୍ଟନରେ ହେରଫେର୍ ଅଭିଯୋଗ ଆଣି ବର୍ଷିଲା ବିଜେପି । କହିଲା, ରାଜ୍ୟ ସରକାରଙ୍କ ରାସନ ତାଲିକାରେ ୫ ଲକ୍ଷ ଭୂତ ହିତାଧିକାରୀ ।
/kanak/media/post_attachments/wp-content/uploads/2021/07/october-diwakar-purchasing-hindustan-sunday-distributed-through_3c110410-c3d2-11e8-9e8c-b17643e39fb5.jpg)