ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତି ନେଇ ତେଜିଲା ରାଜନୀତି । ସାମ୍ବାଦିକ ସମ୍ମିଳନୀ କରି ପ୍ରଶ୍ନ ଉଠାଇଲା ବିଜେପି । କହିଲା, ବିଜେଡିର ବିଜୁଳି ପ୍ରତିଶ୍ରୁତି ମିଛ ।

146

କନକ ବ୍ୟୁରୋ: ମାଗଣା ବିଜୁଳିକୁ ନେଇ ତେଜିଲା ରାଜନୀତି । ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତିକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି । ବିଜେଡିର ମାଗଣା ବିଜୁଳି ପ୍ରତିଶ୍ରୁତି ମିଛ ଇସ୍ତାହାର ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ବିଜେପି ରାଜ୍ୟସଭାପତି ସମୀର ମହାନ୍ତି । ଲୋକଙ୍କୁ ଭ୍ରମିତ କରି ବୋକା ବନାଇବା ପାଇଁ ବିଜେଡି ଚେଷ୍ଟା କରୁଥିବା କହିଛନ୍ତି ସମୀର । ତେବେ କେତେ ବିଜୁଳି ଦେବେ ଓ କେତେ ଉପଭୋକ୍ତା ଉପକୃତ ହେବେ ବିଜେଡି ସ୍ପଷ୍ଟ କରୁ ବୋଲି ଦାବି କରିଛି ବିଜେପି । ରାଜ୍ୟରେ ୧କୋଟି ପରିବାର ବିଦ୍ୟୁତ ଉପଭୋକ୍ତା ଅଛନ୍ତି । ଯଦି ମାଗଣା ବିଜୁଳି ଦେବେ କେତେ ପରିବାରକୁ ଦେବେ ବିଜେଡି ସ୍ପଷ୍ଟ କରୁ ବୋଲି କହିଛନ୍ତି ସମୀର ମହାନ୍ତି ।

ଏହାସହ ଖରାଦିନରେ ବିଦ୍ୟୁତ ଚାହିଦା ବଢ଼ିବ । ସେହି ସମୟରେ କେତେ ମାଗଣା ବିଜୁଳି ଦେବ ବୋଲି ପ୍ରଶ୍ନ କରିଛନ୍ତି  ଏବଂ ଜାତୀୟ ହାରଠାରୁ ୟୁନିଟ ପିଛା ଅଧିକ ୯୦ ପଇସା ଦେଉଛନ୍ତି ଓଡ଼ିଶାର ଖାଉଟି । ୨୪ବର୍ଷ ଭିତରେ ଓଡ଼ିଶା ଏକ ମାତ୍ର ରାଜ୍ୟ ଭାବେ ସବସିଡି କି ମାଗଣା ବିଜୁଳି ଦେଇନଥିବା କହି ବିଜେଡିକୁ ଟାର୍ଗେଟ କରିଛନ୍ତି ସମୀର ମହାନ୍ତି ।