କନକ ବ୍ୟୁରୋ: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ ଆଣି ଆଶୟୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା ସମୟରେ ସାମ୍ନାକୁ ଆସିଥିବା ମହାଲମାଣ୍ଡ ପ୍ରସଙ୍ଗକୁ ନେଇ ରାଜନୀତି ତୀବ୍ର ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେପି । ବିଜେପି ରାଜ୍ୟ ଉପ-ସଭାପତି ଗୋଲକ ମହାପାତ୍ର ଅଭିଯୋଗ ଆଣି କରିଛନ୍ତି- ଓଡ଼ିଶାର ନିଯୁକ୍ତି ଆଶାୟୀ ଯୁବକ-ଯୁବତୀ ଏହି ମହାଲ୍ମାଣ୍ଡା ସରକାର ଚାଲିଥିବାରୁ ଚାକିରି ପାଇବାରୁ ବଂଚିତ ହୋଇଛନ୍ତି । ରାଜ୍ୟ ସରକାର ଯେତେବେଳେ ଆବେଦନପତ୍ର ଗ୍ରହଣ କଲେ ସେତେବେଳେ ମହାଲମାଣ୍ଡା କେମିତି ଆସିଲେ, ମହାଲମାଣ୍ଡ-ପ୍ରୋ କେମିତି ଆସିଲେ ବୋଲି ବିଜେପି ପ୍ରଶ୍ନ କରିଛି । ଏପଟେ ଉଭୟ ବିଜେଡି ଓ ବିଜେପି ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ପଂଚାନନ କାନୁନଗୋ । ଯେହେତୁ ନିଯୁକ୍ତି ପ୍ରକ୍ରିୟା କେନ୍ଦ୍ରୀୟ ଏଜେନ୍ସ କରାଉଥିଲା, ପ୍ରଥମେ ବିଜେପି ସ୍ପଷ୍ଟିକରଣ ରଖୁ ବୋଲି ଦାବି କରଛନ୍ତି । ଏପଟେ ବିଜେଡି କହିଛି-ନିର୍ବାଚନ ମାତ୍ର ୩ ମାସ ରହିଲା । ତେବେ କିଏ ଫେକ୍ ତାହା ଓଡ଼ିଶାବାସୀ ଜାଣିଛନ୍ତି । ଆଗାମୀ ନିର୍ବାଚନରେ ଜନତା ଦେବେ ବୋଲି କହିଛନ୍ତି ବିଜେଡି ବିଧାୟକ ସୁଧିର ସାମଲ ।

Advertisment