କନକ ବ୍ୟୁରୋ: ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତକୁ ନେଇ ସରଗରମ ରାଜନୀତି । ହେଲିକପ୍ଟର ଗସ୍ତକୁ ନେଇ ଆରଟିଆଇକୁ ମଗାଯାଇଥିଲା ଉତ୍ତର । ତେବେ ଆରଟିଆଇ ପାଖରେ କୌଣସି ତଥ୍ୟ ନଥିବା କହିଥିଲା ପରିବହନ ବିଭାଗ । ବାସ୍ତବରେ ୫-ଟି ସଚିବଙ୍କ ହେଲିକପ୍ଟର ଗସ୍ତ ବାବଦକୁ କେତେ ଖର୍ଚ୍ଚ ହୋଇଛି, ସେ ନେଇ ବିଜେପି ପ୍ରଶ୍ନ ଉଠାଇଥିଲା । ଏପରିକି ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ କହିଥିଲେ ଯେ, ସଚିବଙ୍କ ଗସ୍ତ ବାବଦକୁ ଖର୍ଚ୍ଚ ହୋଇଛି ୫୦୦ କୋଟି ଟଙ୍କା । ଯାହା ପରେ ସଫେଇ ରଖିଥିଲେ ମନ୍ତ୍ରୀ ଟୁକୁନି ସାହୁ । ଆଗାମୀ ବିଧାନସଭା ଅଧିବେଶନରେ ହେଲିକପ୍ଟର ଉଡ଼ାଣକୁ ନେଇ ତଥ୍ୟ ରଖିବେ ବୋଲି କହିଥିଲେ ମନ୍ତ୍ରୀ । ତେବେ ପ୍ରକୃତରେ ଗତ ୫ବର୍ଷରେ ହେଲିକପ୍ଟର ଗସ୍ତ ବାବଦକୁ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାକୁ ନେଇ ଏବେ ପୁଣିଥରେ ମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛି ବିଜେପି । ବିଜେପି କହିଛି, ଯଦି ବିଭାଗ ପାଖରେ ତଥ୍ୟ ନାହିଁ, ତା ହେଲେ ମନ୍ତ୍ରୀ କହିଲେ କ’ଣ ପାଇଁ ।