କନକ ବ୍ୟୁରୋ : ଜଗଦ୍ଦେବ ବିଜେପି ସହ ଯୋଗସୂତ୍ରରେ ଥିବା ନେଇ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଦେଇଥିବା ବୟାନର ଜବାବ ରଖିଛି ବିଜେପି । ସସ୍ମିତ ପାତ୍ର ରଖିଥିବା ବୟାନ ସମ୍ପୂର୍ଣ୍ଣ ମିଥ୍ୟା । କେନ୍ଦ୍ରମନ୍ତ୍ରୀଙ୍କ ସହ କୌଣସି ଯୋଗାଯୋଗ ହୋଇନାହିଁ, ଏହାର ସତ୍ୟତା ନାହିଁ । ଯଦି ପ୍ରମାଣ ଅଛି ତେବେ ସସ୍ମିତ ପାତ୍ର ଦିଅନ୍ତୁ ବୋଲି କହିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ । ତୃତୀୟ ମହଲାର ଇଙ୍ଗିତରେ ସସ୍ମିତ ଏମିତି କହୁନାହାନ୍ତି ତ । ସସ୍ମିତଙ୍କୁ ଯେତିକି ବ୍ୟକ୍ତିଗତ ଭାବେ ଜାଣେ ସେ ଏଭଳି ଚରିତ୍ରର ନୁହନ୍ତି ଯେ ଗଣମାଧ୍ୟମ ଆଗରେ ମିଉ କହିବେ । ତାଙ୍କୁ ଜବରଦସ୍ତ କରି କୁହାଯାଇଛି । ଅବାନ୍ତର ବକ୍ତବ୍ୟ ସସ୍ମିତଙ୍କ ପାଇଁ ଯୋଗ୍ୟ ନଥିଲା ବୋଲି କହିଛନ୍ତି ପୃଥ୍ୱୀରାଜ ।

Advertisment

ଏହାସହ ପୃଥ୍ୱୀରାଜ କହିଛନ୍ତି, ଚିଲିକାରେ ବିଧାୟକଙ୍କୁ ଦଳ ତରଫରୁ ସେଠାକୁ ଯିବାକୁ ମନା କରାଯାଇଛି ।  ଯାହା ତାଙ୍କ ଦଳର ଅନ୍ୟ ନେତାଙ୍କଠୁ ଶୁଣିବାକୁ ପାଉଛୁ । ଶଙ୍ଖ ଭବନରୁ ତାଙ୍କ ଦଳର ନେତାମାନଙ୍କୁ ବିଧାୟକଙ୍କ ସହ ନ ମିଶିବାକୁ ତାଗିଦ କରାଯାଇଛି । ବିଜେଡି ଏକ ବାରୁଦ ଗଦାରେ ବସିଛି । ସାମାନ୍ୟ ନିଆଁ ଲାଗିଲେ ଦଳ ବିସ୍ପୋରଣ ହେବ ଖଣ୍ଡ ବିଖଣ୍ଡିତ ହୋଇଯିବ । ତେଣୁ ଜ୍ୱର ବିକଳରେ ତାଟିଆ କାମୁଡା ଅଭ୍ୟାସ ବିଜେଡି ଆରମ୍ଭ କରିଛି ବୋଲି ପୃଥ୍ୱୀରାଜ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଖସୁଛି, ବର୍ଷକରେ ୨୨ ପ୍ରତିଶତ ଖସିଛି ଓ ନିମ୍ନମୁଖୀ ହେବାରେ ଲାଗିଛି । ଦଳ ସତ୍ତା ହରାଇଲାଣି ଏବଂ ମୁଖ୍ୟମନ୍ତ୍ରୀ ଫିଜିକାଲି ଅନଫିଟ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଆଧାର କରି ଦଳ ଚାଲିଥିଲା, ଲୋକପ୍ରିୟତା ମଧ୍ୟ ଧୀରେ ଧୀରେ ଅକାମି, ଅକ୍ଷମ ହେଲାଣି । ସେଥିପାଇଁ ନୂଆ ମୁହଁ ଖୋଜି ଖୋଜି ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟ ସାରା ବୁଲାଉଛନ୍ତି । ସରକାରୀ କର୍ମଚାରୀ ବିରୁଦ୍ଧରେ ଯିଏ କହିଲା ଅନ୍ୟ ମାନଙ୍କ ମୁହଁରେ କୁହାଇକି ଆକ୍ରମଣ କରୁଛନ୍ତି । ସସ୍ମିତଙ୍କ ପ୍ରତିକ୍ରିୟାରେ ଏକ ପ୍ରତିଶତ ସତ୍ୟତା ନାହିଁ । କେହି ଆଲୋଚନା କରି ନାହାନ୍ତି, ସାକ୍ଷାତ କରିନାହାନ୍ତି । ହଠାତ ବିଜେଡି କାହିଁକି କଥା ଆଣିଲା, ଉତ୍ତର ସେ ହିଁ ଦେବ । ବିଜୁ ଜନତା ଦଳ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥ, ସେତେବେଳେ ବିଭିନ୍ନ ପ୍ରଳାପ ଆରମ୍ଭ କରିଛନ୍ତି । ଭୁବନେଶ୍ୱର ସାଂସଦଙ୍କୁ ଆକ୍ରମଣ କରିବା ସହିତ ବିଭିନ୍ନ କଦର୍ୟ୍ୟ ଆକ୍ଷେପ, ମିଛ ଆରୋପ କରାଯାଉଛି ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।