କନକ ବ୍ୟୁରୋ: ବିଜେପି ନଜରରେ ସହରୀ ଭୋଟର । ସହରର ଭୋଟର ଅଧିକରୁ ଅଧିକ ଭୋଟ୍ କେମିତି ଦେବେ ତାକୁ ନେଇ ପ୍ରଶିକ୍ଷଣ ଶିବିର କରିଛି ବିଜେପି । କମ୍ ଭୋଟ୍ ଦେଉଥିବା ଶିକ୍ଷିତ ଭୋଟରଙ୍କ ସଂଖ୍ୟା ବଢିଲେ ଗଣତନ୍ତ୍ର ସୁଦୃଢ ହେବ ବୋଲି ବାର୍ତା ଦେଇଛି ବିଜେପି । ସେପଟେ ବିଜେଡି କଟାକ୍ଷ କରି କହିଛି, ବହୁ ବିଳମ୍ବରେ ପ୍ରସ୍ତୁତ ଆରମ୍ଭ କରିଛି ବିଜେପି ।
୨୪ ନିର୍ବାଚନ ପୂର୍ବରୁ କସରତ ଆରମ୍ଭ କରି ଦେଇଛି ରାଜ୍ୟ ବିଜେପି । ବିଶେଷକରି ସହରାଂଚଳ ଭୋଟରଙ୍କ ଭୋଟ କିପରି ହାତେଇବ, ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ବିଜେପି । ଅପେକ୍ଷାକୃତ କମ୍ ଭୋଟ ପ୍ରତିଶତ ମତ ଦାନ ହେଉଥିବା ସହରାଂଚଳରେ ଭୋଟ ପ୍ରତିଶତ ବଢ଼ାଇ ସେଥିରୁ ଫାଇଦା ନେବାକୁ ରଣନୀତି ପ୍ରସ୍ତୁତ କରିଛି ଦଳ । ଭୁବନେଶ୍ୱର ସହରାଂଚଳ ଓ ଗ୍ରାମାଂଚଳରେ ଜନପ୍ରତିନିଧିମାନଙ୍କୁ ପ୍ରଶିକ୍ଷଣ ଶିିବିର ଆୟୋଜିତ ହୋଇଛି । ସହରାଂଚଳ ସଂଗଠନକୁ ମଜବୁତ କରିବା ସହ ସହରାଂଚଳରେ ଭୋଟ ପ୍ରତିଶତ ବଢ଼ାଇବାକୁ ଲକ୍ଷ୍ୟ ରଖିଛି ଦଳ ।
ସହରାଂଚଳର ଯୁବ ଭୋଟରଙ୍କୁ ବିଜେପି ଫୋକସ କରି ପ୍ରଶିକ୍ଷଣ ଶିବିର ଆରମ୍ଭ କରିଥିବାବେଳେ ସମାଲୋଚନା କରିଛି ବିଜେଡି । ବିଜେପି ବହୁ ବିଳମ୍ବରେ ପ୍ରସ୍ତୁତି ଶିବିର ଆରମ୍ଭ କରିଥିବା କହି କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ।
ଭୁବନେଶ୍ୱରରେ ସହରାଂଚଳ ବର୍ଗର ୧୯ ସାଂଗଠନିକ ଜିଲ୍ଲାର ପ୍ରଶିକ୍ଷଣ ଶିବର ଅନୁଷ୍ଠିତ ହୋଇଥିବାବେଳେ, ବରଗଡରେ ସୋମବାର ହେବ ୧୭ସାଂଗଠନିକ ଜିଲ୍ଲାର ସହରାଂଚଳ ବର୍ଗର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/Collage-Maker-05-Nov-2023-07-25-PM-835.jpg)