କନକ ବ୍ୟୁରୋ : ବିଜେଡି ବିଧାୟକମାନେ ବିଭିନ୍ନ ବିଭାଗର ମନ୍ତ୍ରୀ ଥିବାବେଳେ ପ୍ରଭାବଶୂନ୍ୟ ଥିଲେ । ବିଜେଡି ମନ୍ତ୍ରୀମାନେ କିଛି ଜାଣୁନଥିଲେ ଓ ୫ଟି ସଚିବ ସବୁ କିଛି ଚଳାଉଥିଲେ ବୋଲି କୁହାଯାଏ। କିନ୍ତୁ ନିର୍ବାଚନରେ ହାରିବା ପରେ ବିଜେଡିର ବୁଦ୍ଧି ପଶିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ୫୦ ବିଧାୟକଙ୍କ ମଧ୍ୟରେ ବିଭାଗ ବଂଟନ କରିଛନ୍ତି। ତେବେ ନବୀନଙ୍କ ଏଭଳି ପଦକ୍ଷେପକୁ କିଛି ବରିଷ୍ଠ ନେତା ସ୍ବାଗତ କରିଥିବାବେଳେ ଆଉ କିଛି ନେତା ସ୍ବାଗତ ଆଳରେ କଟାକ୍ଷ କରିଛନ୍ତି।
ବିଧାୟକଙ୍କ ମଧ୍ୟରେ ବିଭାଗ ବଂଟନକୁ ନେଇ ଦଳୀୟ ନେତା ଭିନ୍ନ ଭିନ୍ନ ମତ ରଖିଥିବାବେଳେ ସମାଲୋଚନା କରିଛନ୍ତି ବିରୋଧୀ। ନିଜ ଦଳର ଅସ୍ଥିତ୍ବ ବଂଚାଇବା ପାଇଁ ବିଜେଡି ଏଭଳି ନିଷ୍ପତି ନେଇଥିବା କହିଛି ବିଜେପି। ତେବେ ଏହା ଭଲ ନିଷ୍ପତି ହେଲେ ବିଧାୟକମାନେ କେମିତି ଏହାକୁ କାର୍ୟ୍ୟକାରୀ କରୁଛନ୍ତି, ତାହା ଗୁରୁତ୍ବପୂର୍ଣ୍ଣ ବୋଲି ମତ ରଖିଛନ୍ତି ରାଜନୀତି ସମୀକ୍ଷକ।
ବ୍ରିଟେନର କଞ୍ଜରଭେଟିଭ୍ ପାର୍ଟି ନିର୍ବାଚନରେ ପରାଜୟ ପରେ ଦଳର ନେତା ଋଷି ସୁନକଙ୍କ ନେତୃତ୍ବରେ ବିରୋଧୀ ଦଳ ଛାୟା କ୍ୟାବିନେଟ୍ ଗଠନ କରିଛି। ଅନୁରୂପ ଭାବେ ନବୀନ ବୁଧବାର ୫୦ ଜଣ ବିଧାୟକଙ୍କ ମଧ୍ୟରେ ବିଭାଗ ବଂଟନ କରିଛନ୍ତି। ବିଧାୟକମାନେ ଦାୟିତ୍ବରେ ଥିବା ବିଭାଗ ଉପରେ ନଜର ରଖିବେ। ତ୍ରୁଟି ବିଚ୍ୟୁତି କାଢ଼ିବେ ଓ ଗଠନମୂଳକ ସମାଲୋଚନା କରିବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/35-11.jpg)