ରାଜ୍ୟ ସରକାରଙ୍କ ପଛୁଆବର୍ଗ ସର୍ଭେ ଖାଲି ପ୍ରହସନ, କେନ୍ଦ୍ରର ଓବିସି ତାଲିକାରେ ଥିବା ୧୪ ଜାତି ରାଜ୍ୟ ଏସଇବିସି ତାଲିକାରେ ନାହାନ୍ତି । କାହାର ସର୍ଭେ ହେବ ବୋଲି ପ୍ରଶ୍ନ କଲା ବିଜେପି?

ରାଜ୍ୟ ସରକାରଙ୍କ ପଛୁଆବର୍ଗ ସର୍ଭେ ଖାଲି ପ୍ରହସନ, କେନ୍ଦ୍ରର ଓବିସି ତାଲିକାରେ ଥିବା ୧୪ ଜାତି ରାଜ୍ୟ ଏସଇବିସି ତାଲିକାରେ ନାହାନ୍ତି । କାହାର ସର୍ଭେ ହେବ ବୋଲି ପ୍ରଶ୍ନ କଲା ବିଜେପି?

କନକ ବ୍ୟୁରୋ : ଓଡ଼ିଶାରେ ପଛୁଆ ବର୍ଗ ସର୍ଭେ ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ ବର୍ଷିଛି ବିଜେପି । ରାଜ୍ୟ ସରକାରଙ୍କ ପଛୁଆ ବର୍ଗ ସର୍ଭେ ଏକ ପ୍ରହସନ ଓ ପ୍ରବଞ୍ଝନା ବୋଲି କହିଛି ବିଜେପି । କେବଳ ଲୋକଙ୍କ ଆକ୍ରୋଶରୁ ଦୃଷ୍ଟି ହଟାଇବାକୁ ଏଭଳି ପ୍ରହସନ ଚାଲିଥିବା କହିଛନ୍ତି ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ । ଏହାସହ ରାଜ୍ୟ ସରକାରଙ୍କୁ କିଛି ପ୍ରଶ୍ନ ମଧ୍ୟ କରିଛନ୍ତି ।

ସୁରଥ କହିଛନ୍ତି , ରାଜ୍ୟରେ କେତେ ଜାତି ଅଛନ୍ତି, ତାହାର ତାଲିକା ଚୂଡାନ୍ତ କରନ୍ତୁ ରାଜ୍ୟ ସରକାର । କେଉଁ କେଉଁ ଜାତି ଏସଇବିସି ତାଲିକାରେ ଅଛନ୍ତି ତାହା ସ୍ପଷ୍ଟ କରିବା ଉଚିତ୍ । କେନ୍ଦ୍ର ଓବିସି ତାଲିକାରେ ଥିବା ୧୪ଟି ଜାତି, ରାଜ୍ୟ ଏସଇବିସି ତାଲିକାରେ ନାହାନ୍ତି । ତେଣୁ କେମିତି ସର୍ଭେ କରିବେ ରାଜ୍ୟ ସରକାର ବୋଲି ପ୍ରଶ୍ନ କରିଛି ବିଜେପି । ଏହାସହ ସୁରଥ କହିଛନ୍ତି, ୫୪ ପ୍ରତିଶତ ଲୋକଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରିଛନ୍ତି ରାଜ୍ୟ ସରକାର । ପଛୁଆ ବର୍ଗଙ୍କ ଅକ୍ରୋଶରୁ ଦୃଷ୍ଟି ହଟାଇବା ପାଇଁ ସରକାର ଏହି ସର୍ଭେ କରୁଛନ୍ତି । ଏସଇବିସି ତାଲିକାରେ ଅନେକ ଜାତିର ନା ନାହିଁ କିନ୍ତୁ କେନ୍ଦ୍ର ଓବିସି ତାଲିକାରେ ଅଛି।  କେନ୍ଦ୍ର ଓବିସି ତାଲିକାରେ ଯେଉଁ ମାନେ ରହିଲେ, ସ୍ଵାଭାବିକ ଭାବେ ସେମାନେ ରାଜ୍ୟ ଏସଇବିସି ତାଲିକାରେ ରହିବା କଥା । ୨୨ଟି ଜାତିକୁ ଓବିସି ତାଲିକାରୁ ଆଣି ଏସଇବିସିରୁ ଯୋଡିଲୁ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । ଏହା ସମ୍ପୂର୍ଣ୍ଣ ମିଛ ବୋଲି ଅଭିଯୋଗ କଲା ବିଜେପି । ପ୍ରଦୀପ ଜେନା ନଜାଣି ମିଛ କହିଲେ, ନା ବିଭ୍ରାନ୍ତି କରିବାକୁ ମିଛ କହିଲେ, ନା ରାଜ୍ୟର ୫୪ ଭାଗ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଯୋଜନା ବଦ୍ଧ ଭାବେ ଷଡ଼ଯନ୍ତ୍ର କଲେ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି କଲା ବିଜେପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe