ମମିତା ମାମଲା, ପୁଣି ବିଜେଡ଼ିକୁ ଘେରିଲା ବିଜେପି: ଲେଖାଶ୍ରୀ କହିଲେ, ବିଜେଡିର ମୁଖପାତ୍ର ସାଜିଛନ୍ତି ଡିଆଇଜି

127

କନକ ବ୍ୟୁରୋ: ସୋସିଆଲ ମିଡ଼ିଆରେ ମମିତା ମେହେରଙ୍କ ବାପାଙ୍କ ବୟାନ ଭାଇରାଲ ଓ ଉତରାଂଚଳ ଡ଼ିଆଜି ଦୀପକ କୁମାରଙ୍କ ପ୍ରେସମିଟକୁ ନେଇ ବିଜେପିର ପ୍ରେସମିଟ । ସେହିପରି ବିଜେପି କହିଛି ମମିତା ଘଟଣାରେ ପୋଲିସ ସଠିକ ଉତର ରଖିନାହିଁ । ଅନେକ ପ୍ରଶ୍ନ ପ୍ରଶ୍ନ ହୋଇ ରହିଯାଇଛି । ମମିତା ପରିବାର ଏତଲା ଦେବାକୁ ଯାଇଥିବା ବେଳେ ତାଙ୍କ ଏତଲା କାହିଁକି ରଖାଗଲା ନାହିଁ ବୋଲି ବିଜେପି ଅଭିଯୋଗ କରିଛି ।

ଲେଖାଶ୍ରୀ କହିଛନ୍ତି, ଉତ୍ତରାଞ୍ଚଳ ଡିଆଇଜି ବିଜେଡିର ମୁଖପାତ୍ର ସାଜିଛନ୍ତି । ତଦନ୍ତ ଅଧିକାରୀ ତଦନ୍ତକୁ ବାଟବଣା କରୁଛନ୍ତି । ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଡିଆଇଜି କାହାଣୀ କହୁଛନ୍ତି । ଘଟଣାକୁ ମାସେ ପୂରିଥିଲେ ବି ଏଯାଏଁ କଲ ରେକର୍ଡ ଯାଞ୍ଚ କରାଗଲା ନାହିଁ । ମନ୍ତ୍ରୀ ରାୟପୁର ଯାଇଥିଲେ କି ନାହିଁ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ ହେଲାନି ।

୧୨ ଫୁଟିଆ ପାଚେରି ଡେଇଁ ଗୋବିନ୍ଦ କିପରି ପଳେଇଲେ ବୋଲି ପ୍ରଶ୍ନ କଲେ ଲେଖାଶ୍ରୀ । ସେ ଆହୁରି ମଧ୍ୟ କହିଛନ୍ତି, ସିବିଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ । ମନ୍ତ୍ରୀ ଯଦି ନିର୍ଦ୍ଦୋଷ ରାଜ୍ୟ ସରକାର କାହିଁକି ଡରୁଛନ୍ତି ?