କାହିଁକି ମହାନଦୀ ଅସୁରକ୍ଷିତ ହେଲା, ୨୩ ବର୍ଷ ହେବ ବିଜେଡି କେଉଁ ମାଟି ପ୍ରେମ ଦେଖାଉଛି । ବିଜେଡିକୁ ଟାର୍ଗେଟ କଲା ବିଜେପି ।

କାହିଁକି ମହାନଦୀ ଅସୁରକ୍ଷିତ ହେଲା, ୨୩ ବର୍ଷ ହେବ ବିଜେଡି କେଉଁ ମାଟି ପ୍ରେମ ଦେଖାଉଛି । ବିଜେଡିକୁ ଟାର୍ଗେଟ କଲା ବିଜେପି ।

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ନେଇ ବିଜେଡି ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେପି । ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନବାଣ ମାରିଛି ବିଜେପି । କାହିଁକି ମହାନଦୀ ଅସୁରକ୍ଷିତ ହେଲା, ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଛି । ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ରାଜ୍ୟରେ ବିଜେଡି ଗତ ୨୩ ବର୍ଷ ଧରି ସରକାରରେ ଅଛି ନା ଏଠି ମଇଦାନରେ ଫୁଟବଲ ଖେଳୁଛି । ଯଦି ସରକାରରେ ଅଛନ୍ତି, ଓଡିଶା ପ୍ରଦେଶର ସୁରକ୍ଷା ଦାୟିତ୍ୱ ତାଙ୍କର କି ନାହିଁ ଆଗ ସ୍ପଷ୍ଟ କରନ୍ତୁ । ଖଣ୍ଡେ ଚିଠି ଲେଖିଦେବା, ନିଜ ଦଳୀୟ ଲୋକଙ୍କୁ ଲଗାଇ ରାଜନୈତିକ ବୟାନବାଜି କଲେ ଓଡିଶା ସୁରକ୍ଷିତ ହେବ ନାହିଁ କି ମହାନଦୀ ସୁରକ୍ଷିତ ରହିବ ନାହିଁ ।

ଦିଲ୍ଲୀପ କହିଛନ୍ତି, ରାଜ୍ୟ ସରକାରଙ୍କ ଦାୟିତ୍ୱ ପାଳନରେ କେଉଁଠି ଅସୁବିଧା ହେଉଛି ସେଦିଗରେ ପଦକ୍ଷେପ ନିଅନ୍ତୁ । କିଏ ଅସୁବିଧା କରୁଛି ? କେନ୍ଦ୍ର ସରକାର କରୁଛନ୍ତି ନା ଛତିଶଗଡ଼ ସରକାର କରୁଛନ୍ତି । ରାଜ୍ୟ ସରକାର କାହିଁକି ପୂର୍ବରୁ ସଚେତନ ହେଲେ ନାହିଁ । ଛତିଶଗଡ଼ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜେ ନିର୍ମାଣ କରିବା ସମୟରେ ରାଜ୍ୟରେ ନିରବ କାହିଁକି ରହିଥିଲେ । ରାଜ୍ୟ ସରକାରଙ୍କ ଜଳ ସଂପଦ ବିଭାଗ କଣ କରୁଥିଲା । ଖୋଦ ମୁଖ୍ୟମନ୍ତ୍ରୀଙ୍କ ହାତରେ ସେତେବେଳେ ଜଳ ସମ୍ପଦ ବିଭାଗ ଥିଲା । କେବଳ ରାଜନୈତିକ ବୟାନ କଲେ ହେବ ନାହିଁ । ସମାଧାନ କରିବା ପାଇଁ ରାଜ୍ୟ ସରକାର କଣ ଉଦ୍ୟମ କରିଛନ୍ତି ତାହା କୁହନ୍ତୁ ।

ମହାନଦୀ ବିବାଦରେ ତଥ୍ୟ ପ୍ରମାଣ ସହ ମହାନଦୀ ଟ୍ରିବ୍ୟୁନାଲ ଆଗରେ ଉପସ୍ଥାପନ କରିବା ଦିଗରେ ରାଜ୍ୟ ସରକାର ତ ଆଜି ଯାଏଁ ପଦକ୍ଷେପ ନେଇ ନାହାନ୍ତି । ଭାରତୀୟ ଜନତା ପାର୍ଟି ନାଁରେ ବିଜେଡି ଯେଉଁ ଆଭିଯୋଗ କରିଛି ତାର କିଛି ମାନେ ନାହିଁ । ବିଜେଡି ୨୩ ବର୍ଷ ଧରି କେଉଁ ମାଟି ପ୍ରେମ ଦେଖାଉଛି । କାହିଁକି ଓଡିଶା ଅସୁରିକ୍ଷତ ହେଲା ? କାହିଁକି ଆଜି ମହାନଦୀ ଅସୁରକ୍ଷିତ ହେଲା ? ଏଥିପାଇଁ ଦାୟୀ କିଏ? ଏଥିପାଇଁ ଗୋଟେ ଦଳ ଦାୟୀ ନା ଗୋଟେ ସରକାର ଦାୟୀ ? ତାର ଉତ୍ତର ବିଜେଡି ଆଜି ଦେଉ । କେନ୍ଦ୍ର ସରକାର କଣ କରିବ ତାହା ଭିନ୍ନ କଥା, ଆଗ କୁହନ୍ତୁ ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ।

ରାଜ୍ୟ ସରକାର ମହାନଦୀ ପ୍ରସଙ୍ଗରେ ବହୁତ ଚିଠି ଲେଖୁଛନ୍ତି । ଏହାକୁ ନେଇ କେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି କି ? କେଉଁ ଦିନ ଜଳ ସଂପଦ ମନ୍ତ୍ରୀଙ୍କୁ ଭେଟି ଏ ନେଇ ଆଲୋଚନା କରିଛନ୍ତି କି ? ତାର ତଥ୍ୟ ଦେଇ ପାରିବେ କି ରାଜ୍ୟ ସରକାର । ଭୁଲ କରିବ ବିଜେଡି ସରକାର, ଆଉ ରାଜନୈତିକ ଉଦେଶ୍ୟ ରଖି ତାର ଦୋଷ ଅନ୍ୟ ଦଳ ଉପରେ ଦେବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe