କନକ ବ୍ୟୁରୋ: ଓଡ଼ିଶାର ବିକାଶରେ ନିଜେ ଓଡ଼ିଶା ସରକାର ହିଁ ବାଧକ ସାଜିଛନ୍ତି । ଓଡ଼ିଶାର ଉନ୍ନତି ପାଇଁ କେନ୍ଦ୍ର ଟଙ୍କା ପଠାଉଥିବା ବେଳେ ରାଜ୍ୟ ସରକାର ଏହା ଖର୍ଚ୍ଚ କରିପାରୁନାହାଁନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରବାସୀ ଶ୍ରମିକଙ୍କ ସମସ୍ୟା, ଶିଶୁ ନିଖୋଜ, ହତ୍ୟା ଓ ମହିଳା ହିଂସା ଭଳି ପ୍ରସଙ୍ଗକୁ ନେଇ ଆଜି ନିଜର କାର୍ଯ୍ୟକାରିଣୀ ବୈଠକରେ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛି ବିଜେପି ।
ଆଜି ରାଜଧାନୀରେ ରାଜ୍ୟ ବିଜେପିର ଦ୍ୱିତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଏଥିରେ ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ସହ ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସମେତ ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଯୋଗ ଦେଇଛନ୍ତି । ତେବେ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀ କରି କାର୍ଯ୍ୟକାରିଣୀରେ ହୋଇଥିବା ଆଲୋଚନା ପ୍ରସଙ୍ଗରେ ସୂଚନା ଦେଇଛନ୍ତି ଦଳର ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ । ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ।
ଅନ୍ୟପଟେ ରାଜ୍ୟ କାର୍ଯ୍ୟକାରିଣୀରେ ବିଜେପିର ଏହି ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି । ଦଳର ନେତା ଶଶୀଭୂଷଣ ବେହେରା କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ରାଜ୍ୟବାସୀଙ୍କ ଉନ୍ନତି ପାଇଁ କାମ କରୁଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତିରୁ ଆରମ୍ଭ କରି ପ୍ରତ୍ୟେକ ଦିଗକୁ ଧ୍ୟାନ ଦିଆଯାଉଛି । ତେବେ ଗଣତନ୍ତ୍ରରେ ଯୁଦ୍ଧ କରିବାର ଅଧିକାର ସମସ୍ତଙ୍କର ରହିଛି ଏବଂ ୨୧ ବର୍ଷ ହେଲା ସରକାରଙ୍କ ବିରୋଧରେ ବିଜେପି କେବଳ ଯୁଦ୍ଧ କରୁଛି ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/03/6-8.jpg)