କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃ୍ତ୍ୱରେ ଚାଲିଥିବା ଭାରତ ଯୋଡ ନ୍ୟାୟ ଯାତ୍ରା ଏବେ ଆସାମରେ ଚାଲିଛି । ଆସାମର ଜମୁଗୁଡି ଠାରେ ବିଜେପି ସମର୍ଥକମାନେ ଏହି ରାଲି ଉପରକୁ ଆକ୍ରମଣ କରିବା ସହ ଗାଡି ଭାଙ୍ଗି ଦେଇଥିବା କଂଗ୍ରେସ ଅଭିଯୋଗ କରିଛି । ରାହୁଲ ଗାନ୍ଧୀଙ୍କର ଏହି ଯାତ୍ରା ଜମୁଗୁଡି ଠାରେ ପହଂଚିବା ପୂର୍ବରୁ ବିଜେପି କର୍ମୀମାନେ ଏକ ରାଲି ବାହାର କରିଥିଲେ । ଉଭୟ ରାଲି ପାଖା ପାଖି ଯାଉଥିବା ବେଳେ ବିଜେପି କର୍ମୀମାନେ କଂଗ୍ରେସ ରାଲି ଉପରକୁ ଢେଲା ପଥର ମାଡ କରିଥିଲେ । ଏଥିରେ କଂଗ୍ରେସ ରାଲିରେ ଥିବା କିଛି ଗାଡି ଭାଙ୍ଗିଯିବା ସହ କିଛି କର୍ମୀ ଆହାତ ହୋଇଛନ୍ତି ।
କଂଗ୍ରେସ ଅଭିଯୋଗ କରିଛି କି, ବିଜେପି କର୍ମୀମାନେ କଂଗ୍ରେସ ନେତା ଜୟରାମ ରମେଶଙ୍କ ଗାଡି ଉପରକୁ ଆକ୍ରମଣ କରିବା ସହ ଯାତ୍ରାରେ ସାମିଲ କ୍ୟାମେରା ମ୍ୟାନଙ୍କ ସହ ବିଜେପି କର୍ମୀମାନେ ମାଡପିଟ୍ କରିଛନ୍ତି । ସୂଚନା ଥାଉକି ଭାରତ ଯୋଡ ନ୍ୟାୟ ଯାତ୍ରା ୪ ଦିନ ହେବ ଆସାମରେ ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/01/Untitled-1-31.jpg)