ବିଜୁଳି ଦର ବୃଦ୍ଧିକୁ ନେଇ ପ୍ରତିବାଦ : ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

28

କନକ ବ୍ୟୁରୋ : ବିଜୁଳି ଦର ବୃଦ୍ଧିକୁ ପ୍ରତିବାଦ କରି ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି । ସେ କହିଛନ୍ତି ରାଜ୍ୟରେ ଅନେକ ସମ୍ଭାବନା ରହିଛି ପାରମ୍ପାରିକ ଓ ଅଣ ପାରମ୍ପାରିକ ପଦ୍ଧତିରେ ବିଦ୍ୟୁତ୍ ଉତ୍ପାଦନ କରିହେବ । ତେବେ ରାଜ୍ୟ ସରକାର ତାହା ନକରି ଓଡିଶାର ଜନସାଧାରଣଙ୍କ ଉପରେ ବୋଝ ଲଦୁଛନ୍ତିି ।

ୟୁନିଟ୍ ପିଛା ହାରାହାରି ୧.୪୪ ପ୍ରତିଶତ ବିଜୁଳି ଦର ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି ଓଡିଶା ବିଦ୍ୟୁତ ନିୟାମକ । ତେବେ ପ୍ରଥମ ୫୦ ୟୁନିଟ୍ ଯାଏଁ ବିଜୁଳି ଦର ଅପରିବର୍ତିତ ରହିବ ବୋଲି ଘୋଷଣା କରିଛି ଆୟୋଗ । ୫୦ ୟୁନିଟ ପରେ ପ୍ରତି  ସ୍ଲାବରେ ୟୁନିଟ୍ ପିଛା ୧୦ ପଇସା ବୃଦ୍ଧି ଘଟିଛି । ଜଳବିଦ୍ୟୁତ୍ ଉତ୍ପାଦନ ହ୍ରାସ ଆଉ ତାପଜ ବିଦ୍ୟୁତ ଦର ବଢିବା ଏହା ପଛର ମୁଖ୍ୟ କାରଣ ବୋଲି ଦର୍ଶାଯାଇଛି ।