କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । କହିଲେ, ଗାଁକୁ ଯାଇ ଲୋକଙ୍କୁ ଭେଟିବାକୁ ମିଳିଛି ନିର୍ଦ୍ଦେଶକ ।

124

କନକ ବ୍ୟୁରୋ: ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ପରେ ବିଜପି ରାଜ୍ୟ ସଭାପତି ମନମୋହନ ସାମଲ ନିଜ ପ୍ରତିକ୍ରିୟା ରଖିଛନ୍ତି । କେନ୍ଦ୍ରୀୟ ନେତୃତ୍ୱଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ତେବେ ପୁଣି ଥରେ ଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବାକୁ ସୂଚନା ଦେଇଛନ୍ତି ମନମୋହନ । ଗାଁକୁ ଯିବାକୁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ । ଏନେଇ ନିଜର ଓ ପାଖ ପଞ୍ଚାୟତ ଯିବାକୁ ଟାସ୍କ ଦେଇଛନ୍ତି । ଏବେ ସୁଦ୍ଧା ୧୨ଶହ ପାଖାପାଖି ପଞ୍ଚାୟତ ଗସ୍ତ ସରିଲାଣି । ବାକି ୫ହଜାର ପଞ୍ଚାୟତ ଗୁଡିକୁ ଖୁବ ଶିଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଓ କାର୍ଯ୍ୟକର୍ତା ମାନେ । ଶୀର୍ଷନେତୃତ୍ୱଙ୍କ ଠାରୁ ଆରମ୍ଭ କରି ସାଧାରଣ କାର୍ଯ୍ୟକର୍ତା ପର୍ଯ୍ୟନ୍ତ ପଞ୍ଚାୟତ ଗସ୍ତରେ ଯିବେ । ତୃଣମୁଳ ସଙ୍ଗଂନ ସୁଦୃଢ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ ।