ଆଜି ବସିବ ବିଜେପି ରାଜ୍ୟ ନିର୍ବାଚନ କମିଟି ବୈଠକ । ନିର୍ବାଚନ ନେଇ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।

115

କନକ ବ୍ୟୁରୋ: ଆଜି ବସିବ ବିଜେପି ରାଜ୍ୟ ନିର୍ବାଚନ କମିଟି ବୈଠକ । ବୈଠକରେ ଆସନ୍ତା ନିର୍ବାଚନରେ ସମସ୍ତ ସିଟ୍ ନେଇ ଆଲୋଚନା ହେବ । ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାରଙ୍କ ଅଧ୍ୟକ୍ଷତାରେ ବୈଠକରେ ଯୋଗଦେବେ ବରିଷ୍ଠ ନେତା । ତେବେ ଓଡିଶା ଆସିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି ବୈଠକରେ ଯୋଗଦେବେ ବୋଲି ସୂଚନା ରହିଛି ।

ନିର୍ବାଚନ ସମ୍ବନ୍ଧିତ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଏହି ବୈଠକରେ ନିଆଯାଇପାରେ । ଗଲକାଲି ଏହି ବୈଠକ ହେବାକୁ ସ୍ଥିର ହୋଇଥିବାବେଳେ, ବ୍ୟକ୍ତିଗତ କାରଣ ପାଇଁ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଆସି ପାରିଲେ ନାହିଁ । ତେଣୁ ଏହି ବୈଠକ ଏହି ଆଜି ହେବାକୁ ସ୍ଥିର ହୋଇଛି ।