କନକ ବ୍ୟୁରୋ : ଆଜି ଠାରୁ ହରଘର ତ୍ରିରଙ୍ଗା କାର୍ୟ୍ୟକ୍ରମ। ଦେଶର ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ତ୍ରିରଙ୍ଗା ଯାତ୍ରା କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ୧୩ ତାରିଖ ଯାଏଁ ଏହି ଯାତ୍ରା ଅନୁଷ୍ଠିତ ହେବ। ୧୪ ଓ ୧୫ ତାରିଖରେ ପ୍ରତି ଘର, କାର୍ୟ୍ୟକାଳୟରେ ଜାତୀୟ ପତାକା ଲଗାଇବାକୁ ଆହ୍ବାନ ଦିଆଯାଇଛି। ସବୁ ନିର୍ବାଚନ ମଣ୍ଡଳୀରେ ରାଲି ସହ ବିଭିନ୍ନ ବୈଠକ ମଧ୍ୟ କରିବ ବିଜେପି। ଗତ ‘ମନ୍ କି ବାତ୍ ’ କାର୍ୟ୍ୟକ୍ରମରେ ହରଘର ତ୍ରିରଙ୍ଗା କାର୍ୟ୍ୟକ୍ରମ ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ଏହାକୁ ଏକ ଜାତୀୟ ଉତ୍ସବରେ ପରିଣତ କରିବାକୁ ମୋଦୀ ଆହ୍ବାନ ଦେଇଥିଲେ। ଜାତୀୟ ପତାକା ସହ ସେଲଫି ଫଟୋ ଉଠାଇ ଏହାକୁ ଅପଲୋଡ କରିବାକୁ ଓ ଏନେଇ ଏକ ପ୍ରମାଣପତ୍ର ପାଇବା କଥା ମଧ୍ୟ ମୋଦୀ କହିଛନ୍ତି। ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ହରଘରତ୍ରିରଙ୍ଗା ଡଟ୍ କମ୍ ୱେବସାଇଟରେ ଏହି ଫଟୋ ଅପଲୋଡ କରିପାରିବେ। ହର ଘର ତ୍ରିରଙ୍ଗା କାର୍ୟ୍ୟକ୍ରମର ଏହା ତୃତୀୟ ସଂସ୍କରଣ। ଗତ ଦୁଇବର୍ଷ ହେଲା ଅଗଷ୍ଟ ୧୫ ପୂର୍ବରୁ ଏପରି କାର୍ୟ୍ୟକ୍ରମ କରାଯାଇ ଆସୁଛି। ୨୦୨୨ରେ ସ୍ବାଧୀନତାର ୭୫ ବର୍ଷ ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଏହି କାର୍ୟ୍ୟକ୍ରମ ଆରମ୍ଭ ହୋଇଥିଲା।

Advertisment