ନରେନ୍ଦ୍ର ମୋଦି ଧରିବେ ଓଡିଶାରେ ବିଜେପି ପ୍ରଚାରର ମଙ୍ଗ । ୪୦ ଜଣିଆ ତାଲିକା ଦେଲା ଦଳ,  ଜାଣନ୍ତୁ ଓଡିଶାକୁ ପ୍ରଚାରରେ ଆସିବେ କିଏ ।

1,826

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ରାଜ୍ୟ ବିଜେପି ଜାରି କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧରିବେ ଓଡିଶାରେ ବିଜେପି ପ୍ରଚାରର ମଙ୍ଗ । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ପ୍ରଚାର ଦାୟିତ୍ୱ ତୁଲାଇବେ ।

ବିଜେପି ପକ୍ଷରୁ ଜାରି କରାଯାଇଥିବା ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡକରୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରଘୁବର ଦାସ, ରାମ ଲାଲ୍, ଅରୁଣ ସିଂହ, ସୌଦାନ ସିଂହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ସ୍ମୃତି ଇରାନୀ, ପ୍ରକାଶ ଜାଭଡେକର, ବୈଜୟନ୍ତ ପଣ୍ଡା, ସୁରେଶ ପୂଜାରୀ, ସମ୍ବିତ ପାତ୍ର, ରମଣ ସିଂହ, ଅର୍ଜୁନ ମୁଣ୍ଡା, ଶିବରାଜ ସିଂହ ଚୌହାନ, ଗିରିଧାରୀ ଗମାଙ୍ଗ, ବସନ୍ତ ପଣ୍ଡା, କେ.ଭି ସିଂହ ଦେଓ, ବିଶ୍ୱଭୂଷଣ ହରିଚନ୍ଦନ, ଦାମଦୋର ରାଉତ, ସୁରମା ପାଢୀ, ପ୍ରତାପ ଷଡଙ୍ଗୀ, ହେମା ମାଳିନୀ, ସମୀର ମହାନ୍ତି, ରଞ୍ଜନ ପଟେଲ୍, ମାନସ କୁମାର ମହାନ୍ତି, ଅମିତାଭ ଚକବର୍ତ୍ତୀ, ଗୋଲକ ମହାପାତ୍ର, ମିହିର ଦାସ, ମହେଶ୍ୱତା ରାଏ, ଅପରାଜିତା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ଶ୍ରୀତମ ଦାସ, ଅନୁ ଚୌଧୁରୀ, ହରିହର ମହାପାତ୍ର ଏବଂ ପିଙ୍କି ପ୍ରଧାନଙ୍କ ନାମ ରହିଛି । ତେବେ ସବୁଠାରୁ ବଡ କଥା ହେଉଛି, ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଥିବା ବେଳେ, ବିଜେପି ଏଯାଏଁ ପ୍ରାର୍ଥୀ ତାଲିକା ଜାରି କରିନାହିଁ ।