ପିପିଲି ଉପ ନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି । ଦେଖନ୍ତୁ, କିଏ କିଏ ଅଛନ୍ତି ଲିଷ୍ଟରେ…

2,790

କନକ ବ୍ୟୁରୋ: ପିପିଲି ଉପ ନିର୍ବାଚନ ପାଇଁ ନିଜର ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ଭାରତୀୟ ଜନତା ପାର୍ଟି । ଏହି ୩୦ ଜଣ ଷ୍ଟାର ପ୍ରଚାରକ ପିପିଲିରେ କ୍ୟାମ୍ପେନିଂ କରିବା ସହିତ ଆଶ୍ରିତ ପଟ୍ଟନାୟକଙ୍କୁ ଜିତାଇବାକୁ କସରତ କରିବେ । ବିଜେପିର ଏହି ଲିଷ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସହିତ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନାଁ ରହିଛି ।

ଏହାବାଦ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ବିଜେପିର ଷ୍ଟାର ପ୍ରଚାରକ ଲିଷ୍ଟରେ ରହିଛନ୍ତି । ତାଙ୍କ ସହ ବିଜୟ ପାଲ୍ ସିଂହ ତୋମାର, ବିଶେଶ୍ୱର ଟୁଡୁ, ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ, ସାଂସଦ ଜୁଏଲ ଓରାମ, କେ ଭି ସିଂହ ଦେଓ ପ୍ରମୁଖ ପିପିଲିରେ ବିଜେପି ପାଇଁ ପ୍ରଚାର ଅଭିଯାନ ଜୋରଦାର କରିବେ ।

ସେହିପରି ବିଜେପି ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ବିଜୟ ମହାପାତ୍ର, ବିଷ୍ଣୁ ଚରଣ ସେଠୀ, ଅପରାଜିତା ଷଡଙ୍ଗୀ, ଜୟନାରାୟଣ ମିଶ୍ର, ସୁରମା ପାଢୀ, ଖାରବେଳ ସ୍ୱାଇଁ, ଅଶ୍ୱିନୀ ବୈଷ୍ଣବ, ପ୍ରକାଶ ମିଶ୍ର, ମାନସ ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ଶ୍ରୀତମ ଦାସ, ହରିହର ମହାପାତ୍ର, ପିଙ୍କି ପ୍ରଧାନ ଓ ଅନୁ ଚୌଧୁରୀଙ୍କୁ ବିଜେପି ନିଜର ପିପିଲି ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ଭାବେ ବାଛିଛି । ସୂଚନା ଯୋଗ୍ୟ ଯେ, ପିପିଲି ଉପ ନିର୍ବାଚନ ପାଇଁ ବିଜେପି ନିଜର ଲଢୁଆ ନେତା ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ ଭାବେ ବାଛିଛି । ଗତ ଥର ସେ କମ ବ୍ୟବଧାନରେ ହାରିଥିବାରୁ ଏଥର ସେ ଉପ ନିର୍ବାଚନରେ କିପରି ବିଜୟୀ ହେବେ ସେ ନେଇ ଦଳ ଋଣନୀତି ପ୍ରସ୍ତୁତ କରିଛି ।