ବିଜେପିର ଷ୍ଟାର ପ୍ରଚାରକ ନିଭାସ ସରକାରଙ୍କ ଆତ୍ମହତ୍ୟା ! ୨୦୧୯ ନିର୍ବାଚନ ସମୟରେ “ଭଗବାନ ହନୁମାନ” ଙ୍କ ରୂପରେ କରିଥିଲେ ପ୍ରଚାର ।

ବିଜେପିର ଷ୍ଟାର ପ୍ରଚାରକ ନିଭାସ ସରକାରଙ୍କ ଆତ୍ମହତ୍ୟା ! ୨୦୧୯ ନିର୍ବାଚନ ସମୟରେ “ଭଗବାନ ହନୁମାନ” ଙ୍କ ରୂପରେ କରିଥିଲେ ପ୍ରଚାର ।

ବିଜେପିର ଷ୍ଟାର ପ୍ରଚାରକ ନିଭାସ ସରକାର ଗୁରୁବାର ଦ୍ୱିପ୍ରହର ସମୟରେ ନାଦିୟା ଜିଲ୍ଳାସ୍ଥିତ ରାନାଘାଟଠାରେ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପାଇଁ ଭଗବାନ ହନୁମାନଙ୍କ ରୁପରେ ପ୍ରଚାର କରୁଥିବା ନିଭାସ ସରକାରଙ୍କ ଫଟୋ ସେତେବେଳେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ସେ ଆରଏସଏସ୍ ର କାର୍ଯ୍ୟକର୍ତ୍ତା ଥିବା ସଙ୍ଗେ ସଙ୍ଗେ ଯାତ୍ରା କଳାକାର ବି ଥିଲେ । ପଶ୍ଚିମବଙ୍ଗ ବିଜେପିର ଇକାଇ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ୨୦୧୯ ଲୋକସଭା ନିର୍ବାଚନ ସମୟରେ ଟ୍ୱିଟରରେ ରାନାଘାଟ୍ ପ୍ରଚାର ସମୟରେ ନିଭାସଙ୍କ ଏକ ଫଟୋ ଟ୍ୱିଟରରେ ସେୟାର୍ କରିଥିଲେ ।

ଗୁରୁବାର ଦ୍ୱିପ୍ରହର ସମୟରେ ନିଭାସ ବାଥରୁମ୍ ଯାଇଥିଲେ ଏବଂ କିଛି ସମୟ ପରେ ବାହାରକୁ ଆସିଲେ । ତାଙ୍କ ହାତରେ ଜହରର ଏକ ସିସି ଥିଲା । ନିଜ ଭାଇ ପ୍ରଲଭକୁ ସେ ବିଷ ପିଇଥିବା କଥା ମଧ୍ୟ କହିଥିଲେ । ଜୀବନରୁ ଦୁଃଖୀ ହୋଇଯାଇଥିବା କାରଣରୁ ସେ ଏଭଳି ପଦକ୍ଷେପ ନେଇଥିବା କଥା କହିଥିଲେ । ଏହି ଘଟଣା ପରେ ତାଙ୍କୁ ତୁରନ୍ତ କୃଷ୍ଣନଗର ସ୍ଥିତ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ତାଙ୍କ ମୃତ୍ୟୁ ରାସ୍ତାରେ ହିଁ ହୋଇଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe