କନକ ବ୍ୟୁରୋ : ଜାଗା ମିଶନ ନାଁରେ ବସ୍ତି ବାସିନ୍ଦାଙ୍କୁ ପ୍ରତାରଣା ବିରୋଧରେ ଭୁବନେଶ୍ୱରରେ ବିଜେପିର ପ୍ରତିବାଦ । ଜିଲ୍ଲା ବିଜେପି ପକ୍ଷରୁ ଜାଗା ମିଶନ ଯୋଜନାରେ ଗରିବଙ୍କୁ ପ୍ରତାରଣା କରାଯାଉଥିବା ଅଭିଯୋଗ ଆଣି ବିଏମସି ଅଫିସ ଘେରାଉ କରାଯାଇଛି । ଶତାଧିକ ବିଜେପି କର୍ମୀ ପ୍ଲାକାର୍ଡ, ବ୍ୟାନର ଧରି ଏକ ଶୋଭାଯାତ୍ରାରେ ଆସି ବିଏମସି କାର୍ଯ୍ୟାଳୟରେ ବିକ୍ଷୋଭ କରିଛନ୍ତି ।
ବିଜେପି ଅଭିଯୋଗ ଆଣିଛି ମୁଖ୍ୟମନ୍ତ୍ରୀ ବସ୍ତି ବାସିନ୍ଦାଙ୍କୁ ମିଛି ପଟ୍ଟା ବାଣ୍ଟି ପ୍ରତାରଣା କରୁଛନ୍ତି । କେବଳ ଆଗକୁ ଥିବା ନିର୍ବାଚନକୁ ଆଖିରେ ରଖି ଭୋଟ ପାଇଁ ବସ୍ତିବାସିନ୍ଦାଙ୍କୁ ଭଣ୍ଡେଇବାକୁ ଉଦ୍ୟମ କରାଯାଉଛି । ଯଦି ଗରିବ ଲୋକଙ୍କୁ ପ୍ରକୃତରେ ଜମିଦେବାକୁ ମୁଖ୍ୟମନ୍ତ୍ରୀ ଚାହୁଁଥିଲେ ଆରଓଆର ଦେବା ବଦଳରେ ମୁଖ୍ୟମନ୍ତ୍ରୀ କାହିଁକି ଲ୍ୟାଣ୍ଡ ରାଇଟ ସାର୍ଟିଫିକେଟ ଦେଉଛନ୍ତି । ଯଦି ପ୍ରକୃତରେ ସହରରେ ରହୁଥିବା ବସ୍ତିବାସିନ୍ଦାଙ୍କ ପ୍ରତି ଦରଦ ଥିଲେ ମୁଖ୍ୟମନ୍ତ୍ରୀ ଆରଓଆର କପି ଦିଅନ୍ତୁ ବୋଲି ବିଜେପି ଦାବି କରିଛି ।