କନକ ବ୍ୟୁରୋ : ବିଜେପିର ଅଭିନବ ପ୍ରତିବାଦ । ଡେଙ୍ଗୁ ମୃତ୍ୟୁକୁ ନେଇ ମଶାରୀ ଟାଙ୍ଗି ପ୍ରତିବାଦ କଲେ ବିଜେପି କର୍ମୀ । ରାଜଧାନୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । ଡେଙ୍ଗୁ ନିୟନ୍ତ୍ରଣରେ ପ୍ରଶାସନ ଏ ଦିଗରେ ସଠିକ କାର୍ଯ୍ୟ କରୁନଥିବା ଅଭିଯୋଗ କରି  ବିଜେପି କର୍ମୀ ଧାରଣା ଦେଇଛନ୍ତି ।

Advertisment

ରାଜଧାନୀରେ ଯଦି ଏଭଳି ଅବସ୍ଥା, ତେବେ ଅନ୍ୟ ସ୍ଥାନର ଅବସ୍ଥା କିଭଳି ହୋଇଥିବା ନେଇ କଲେ ପ୍ରଶ୍ନ । ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ବିରୋଧ ପ୍ରଦର୍ଶନ କରିଛନ୍ତି । ବିଏମସି ଅଫିସ ଘେରାଉ କରିବା ସହ ବିଜେପି ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛି ।