ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କ ନାଥଉରାମ ଗୋଡସେଙ୍କୁ ଦେଶଭକ୍ତ କହିଥିବା ବୟାନକୁ ନେଇ ବିବାଦ ଥମୁନଥିବାବେଳେ ଏପଟେ ମଧ୍ୟ ପ୍ରଦେଶ ବିଜେପି ପ୍ରବକ୍ତା ଅନିଲ ସୌମିତ୍ର ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଉପରେ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । ଅନିଲ ସୌମିତ୍ର ନିଜ ଫେସବୁକ ପୋଷ୍ଟରେ ଲେଖିଛନ୍ତି- ରାଷ୍ଟ୍ରପିତା ଥିଲେ, କିନ୍ତୁ ପାକିସ୍ତାନ ରାଷ୍ଟ୍ରର । ଭାରତ ଦେଶରେ ତାଙ୍କ ଭଳି କୋଟି କୋଟି ପୁତ୍ର ଅଛନ୍ତି । କିଛି ଯୋଗ୍ୟ ତ କିଛି ଅଯୋଗ୍ୟ ।
ସୌମିତ୍ର କହିଛନ୍ତି କି, “କଂଗ୍ରେସ ତାଙ୍କୁ ରାଷ୍ଟ୍ରର ପିତା କହିଲା, ରାଷ୍ଟ୍ରର କୌଣସି ପିତା ନଥାନ୍ତି, ପୁତ୍ର ଥାନ୍ତି । ଚର୍ଚ୍ଚରେ ଥାଆନ୍ତି ଫାଦର, କଂଗ୍ରେସ ତାର ହିନ୍ଦୀ ରୂପାନ୍ତରଣ ପିତା କରିଦେଲା । ପାକ ପାକିସ୍ତାନର ନିର୍ମାଣ ଗାନ୍ଧୀଜିଙ୍କ ପ୍ରୟାସ ଦ୍ୱାରା ହେଲା । ଜିନ୍ନା ଓ ନେହେରୁଙ୍କ ସ୍ୱପ୍ନକୁ ସେ ସାକାର କଲେ । ଆମେ ଗାନ୍ଧୀଜିଙ୍କ ବିଚାରଧାରାକୁ ପ୍ରୋତ୍ସାହିତ କରୁଥିବା ଲୋକ । ଆମେ ସଂଘର ସ୍ୱଂୟସେବକ ରୂପେ ପ୍ରତିଦିନ ସକାଳେ ତାଙ୍କ ନାମ ନେଉ ।”
ସୂଚନାଯୋଗ୍ୟ, ଗୋଡସେଙ୍କ ଠାରୁ ଆରମ୍ଭ ହୋଇଥିବା ବିବାଦୀୟ ବୟାନ ଥମିବାର ନାଁ ନେଉ ନାହିଁ । ପ୍ରଥମେ କମଲ ହାସନ ଗୋଡସେଙ୍କୁ ନେଇ ସ୍ୱାଧୀନ ଭାରତର ପ୍ରଥମ ହିନ୍ଦୁ ଆତଙ୍କବାଦୀ କହିଥିବାବେଳେ ଏହାକୁ ନେଇ ଅନେକ ନେତା ନିଜ ପ୍ରତିକ୍ରିୟା ରଖିଥିଲେ । ଏହାର ପ୍ରତିକ୍ରିୟା ରଖି ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ବିବାଦରେ ଅଛନ୍ତି । ସେ ଗୋଡସେଙ୍କୁ ଦେଶଭକ୍ତ କହି ତାଙ୍କ ମନ୍ତବ୍ୟ ପାଇଁ ପୁଣି ଥରେ କ୍ଷମା ମାଗିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/anil_saumitra_945659786.jpg)
/kanak/media/post_attachments/wp-content/uploads/2019/05/106986888_gettyimages-2635156-300x169.jpg)