ବିଜେଡି ଶିବିରକୁ ଏଣ୍ଟ୍ରି କଲେ ବିଜେପି ମୁଖପାତ୍ର । ‘ପଦ୍ମ’ ଛାଡ଼ି ‘ଶଙ୍ଖ’ ଧରିଲେ ବିଶ୍ୱଜିତ ମହାନ୍ତି ।

1,172

କନକ ବ୍ୟୁରୋ: ‘ଶଙ୍ଖ’ ଧରିଲେ ବିଜେପି ମୁଖପାତ୍ର ବିଶ୍ୱଜିତ୍ ମହାନ୍ତି । ସନ୍ଧ୍ୟାରେ ନିଜ ସମର୍ଥକଙ୍କ ସହ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ତେବେ ଦୀର୍ଘଦିନ ଧରି ବିଜେପି ପାଇଁ ଗଣମାଧ୍ୟମରେ ତର୍କ ବିତର୍କ କରୁଥିବା ବିଶ୍ୱଜିତ୍ ଆଜି ‘ପଦ୍ମ’କୁ ପାସାରି ଦେଇଛନ୍ତି । ଏହାର ପ୍ରମୁଖ କାରଣ ଯେ, ବିଶ୍ୱଜିତ୍ ବିଜେପିର ମୁଖପାତ୍ର ସହ କଟକ-ସଦର ବିଧାନସଭା ଆସନ ପାଇଁ ଟିକେଟ୍ ପାଇବାକୁ ଆଶାୟୀ ଥିଲେ । ଏବଂ ଦଳ ତାଙ୍କୁ ଏଥର ପ୍ରାର୍ଥୀ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ହେଲେ ଶେଷ ମୂହୂର୍ତ୍ତତରେ ଦଳ ଚଞ୍ଚକତା କରି ତାଙ୍କୁ ଟିକେଟ୍ ଦେଇନଥିବାରୁ ବିଜେପି ଉପରେ ଖପ୍ପା ରହିଥିଲେ ବିଶ୍ୱଜିତ୍  । ଏନେଇ ବିଶ୍ୱଜିତ୍ କହିଛନ୍ତି ଯେ, କଟକର ବିକାଶ କଥା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୋତେ ବିଜେଡିରେ ସାମିଲ ହେବାକୁ ଅନୁପ୍ରାଣିତ କରିଛି ।

ଆସନ୍ତା ୨୩ ତାରିଖରେ କଟକ ସଂସଦୀୟ କ୍ଷେତ୍ରରେ ଆସୁଥିବା କଟକ-ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ । ତେଣୁ ଚଳିତ ଥର ବିଜେପି ତରଫରୁ ଏଠାରୁ ପୂର୍ବତନ ମନ୍ତ୍ରୀ ସମୀର ଦେଙ୍କୁ ପ୍ରାର୍ଥୀ କରିଛି ଦଳ । ତେବେ ସମୀରଙ୍କ ବ୍ୟତୀତ ବିଜେପି ମୁଖପାତ୍ର ବିଶ୍ୱଜିତ୍ ମହାନ୍ତି ମଧ୍ୟ ଟିକେଟ୍ ପାଇବାକୁ ଆଶାୟୀଥଲେ ମଧ୍ୟ ଦଳ ତାଙ୍କୁ ଟିକେଟ୍ ତାଲିକାରୁ ବାଦ୍ ଦେଇଥିଲା । ଏହାପରେ ଦଳ ଉପରେ ଖପ୍ପାଥିଲେ ବିଶ୍ୱଜିତ ଯାହାର ପରିଣାମ ଆଜି ବିଜେଡି ଶିବିରକୁ ଏଣ୍ଟ୍ରି କରିଛନ୍ତି ।