କଂଗ୍ରେସ ଉପରେ ବର୍ଷିଲା ବିଜେପି ! କହିଲା, ଗୋଟିଏ ସ୍ୱରରେ କଥା କହୁଛନ୍ତି କଂଗ୍ରେସ ଓ ପାକିସ୍ତାନ ।

29

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ପୁଣି ସଙ୍ଗୀନ ଅଭିଯୋଗ ଆଣିଲା ବିଜେପି । ରାହୁଲଙ୍କର ଏକ ଟୁଇଟକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ କରିଛି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଅଭିଯାଗ କରିଛନ୍ତି ଯେ, ପାକିସ୍ତାନ ଓ କଂଗ୍ରେସ ମଧ୍ୟରେ ସମାନତା ରହିଛି । ଏମାନଙ୍କର ଭାଷା ମଧ୍ୟ ଏକ୍ । ତେଣୁ ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ କରି ମୋଦିଙ୍କୁ ହଟାଇବାକୁ ପାକିସ୍ତାନ ଚାହୁଁଛି ବୋଲି ସମ୍ବିତ ପାତ୍ର କହିଛନ୍ତି । ପାକିସ୍ତାନର ଅନେକ ନେତାଙ୍କ ବୟାନକୁ ରାହୁଲଙ୍କ ସମର୍ଥନ ମିଳୁଛି ଏବଂ ରାହୁଲଙ୍କ ଟୁଇଟକୁ ସେମାନେ ସମର୍ଥନ କରୁଛନ୍ତି ।

ଯେଉଁ ଭାଷା ରାହୁଲ କହୁଛନ୍ତି ତାହା ପାକିସ୍ତାନ ମଧ୍ୟ କହୁଛି । ତେଣୁ ମୋଦିଙ୍କୁ ହଟାଇବା ପାଇଁ ରାହୁଲ ଗାନ୍ଧି କ’ଣ ଅନ୍ତରାଷ୍ଟ୍ରୀୟ ମହାମେଂଟ କରିବେ କି ବୋଲି ସମ୍ବିତ ପାତ୍ର ପ୍ରଶ୍ନ କରିଛନ୍ତି । ସର୍ଜିକାଲ ଷ୍ଟ୍ରାଇକ ଉପରେ ରାହୁଲ ଦେଇଥିବା ବୟାନକୁ ନେଇ ସେ ପୁଣି ଥରେ ରାହୁଲଙ୍କୁ ସମାଲୋଚନା କରିଛନ୍ତି । ଏହାର ଜବାବ ରଖିଛି କଂଗ୍ରେସ । ଯେତେବେଳେ ବିଜେପିର ଦୁର୍ନୀତି ପଦାରେ ପଡେ ପାକିସ୍ତାନର ନାଁ ନେଇ ପ୍ରସଙ୍ଗକୁ ଏଡାଇବାକୁ ବିଜେପି ଏପରି ପ୍ରୟାସ କରେ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲା କହିଛନ୍ତି ।