କନକ ବ୍ୟୁରୋ : ସମ୍ବାଦ ଖବରକାଗଜକୁ ବିଜ୍ଞାପନ ନଦେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି । କହିଲା ସରକାର ଚଳାଇଛନ୍ତି ଏକଛତ୍ରବାଦୀ ଓ ତୋଗଲକୀ ଶାସନ । ଗଣମାଧ୍ୟମ ସରକାରଙ୍କ ଦୋଷ, ଦୁର୍ବଳତା କଥା ଦେଖାଇଥିବାରୁ ତାଙ୍କ ଉପରେ ରାଗ ସୁଝାଉଛନ୍ତି ସରକାର । ବିଜ୍ଞାପନ ପଲିସିରେ ସମସ୍ତଙ୍କୁ ସରକାରଙ୍କ ବିଜ୍ଞାପନ ଦେବା ଉଚିତ୍ । ହେଲେ କିଛି ଦିନ ହେବ ଏକ ନିର୍ଦ୍ଧିଷ୍ଟ ବଡ ଖବରକାଗଜକୁ ସରକାର କାହିଁକି ବିଜ୍ଞାପନ ଦେଉ ନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ମନୋଜ ମହାପାତ୍ର ।

Advertisment

ଅନ୍ୟ ଗଣମାଧ୍ୟକୁ ବିଜ୍ଞାପନ ଦିଆଯାଉଛି, ହେଲେ ଏକ ନିର୍ଦ୍ଧିଷ୍ଟ ଖବର କାଗଜକୁ ଦିଆଯାଉ ନାହିଁ । ଏହା ରାଜ୍ୟରେ ସରକାରଙ୍କ ଏକଛତ୍ରବାଦ ଶାସନକୁ ଦର୍ଶାଉଛି । ଗତ କିଛି ଦିନ ତଳେ ସମ୍ବାଦ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ନିର୍ଦ୍ଧିଷ୍ଟ ସମ୍ପାଦକୀୟ ପ୍ରକାଶିତ ହେବା ପରେ ସମ୍ବାଦ ଖବରକାଗଜରେ ସରକାରୀ ବିଜ୍ଞାପନ ଆସୁ ନଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେପି ।