କନକ ବ୍ୟୁରୋ: ଏକାକୀ ଲଢ଼ିବା ନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବୟାନ ପରେ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ରାଜ୍ୟରେ ପିଇବା ପାଣି ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ଘରେ ଘରେ ପାଣି ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନରେ ଟଙ୍କା ଆସିଛି ହେଲେ କିଛି କାମ ହୋଇପାରୁନାହିଁ । ଏପରିକି ପାଇପ ଲାଇନ ଅଛି, ସୋର୍ସରୁ ପାଣି ଆସୁଛି ହେଲେ ଟ୍ୟାପରୁ ପାଣି ଆସୁନାହିଁ ବୋଲି କହିଛନ୍ତି ବିଜେପି ବିଧାୟକ ।

ନିକଟରେ ଖାଉଟି ଅଦାଲତରେ ୱାଟକୋ ଏଥିପାଇଁ ଦଣ୍ଡିତ ହୋଇଛି । ରାଜ୍ୟ ଖାମ ଖିଆଲି ନୀତି ଏଥିରୁ ସ୍ପଷ୍ଟ ହେଉଥିବା କହିଛନ୍ତି । କଟକ ଓ ଭୁବନେଶ୍ୱରରେ ବି ଭୂତଳ ଜଳ କମି ଚାଲିଛି । ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ୧୦ହଜାର ୨୧୭କୋଟି ଟଙ୍କା ଦେଇଛନ୍ତି । କାମ୍ପା ଫଣ୍ଡରେ ୧୦ହଜାର କୋଟିରୁ ଅଧିକ ଟଙ୍କା ଓଡ଼ିଶାକୁ ମିଳିଥିବା କହିଛନ୍ତି ।