ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି: ନିର୍ବାଚନ ପରିଚାଳନା ପାଇଁ ୭ ଜଣିଆ କମିଟି ଘୋଷଣା

Advertisment
ବିଧାନସଭା ଅଧିବେଶନରେ ଭର୍ଚୁଆଲ ମୋଡକୁ ବିରୋଧ : ସର୍ବଦଳୀୟ ବୈଠକ ବର୍ଜନ କଲା ବିଜେପି

କନକ ବ୍ୟୁରୋ: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଛି ବିଜେପି । ଏଥିପାଇଁ ବିଜେପି ପଂଚାୟତ ନିର୍ବାଚନ ସୁପରିଚାଳନା ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଏକ ସାତ ଜଣିଆ ରାଜ୍ୟସ୍ତରୀୟ ନିର୍ବାଚନ ପରିଚାଳନା କମିଟି ଘୋଷଣା କରିଛନ୍ତି ।

ଏହି କମିଟିରେ ପୂର୍ବତନ ରାଜ୍ୟ ସଭାପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ରାଜ୍ୟ ଉପ ସଭାନେତ୍ରୀ ଅନିତା ଶୁଭଦର୍ଶୀନି, ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଏବଂ ବିଜେପି ପଂଚାୟତରାଜ ବିଭାଗ ରାଜ୍ୟ ସଂଯୋଜକ ଶଙ୍କର୍ଷଣ ପରିଡ଼ା ସଦସ୍ୟ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe