ବିଜେପି ବିରୋଧରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସାଂଘାତିକ ଅଭିଯୋଗ: ଅଶୋକ ଗେହେଲଟ କହିଲେ, ନିର୍ବାଚିତ ସରକାରଙ୍କୁ ଭାଙ୍ଗିବାକୁ ଷଡଯନ୍ତ୍ର କରୁଛି ବିଜେପି

ସଚିନ ପାଇଲଟଙ୍କ ବିଦ୍ରୋହର ୪ ମାସ ପରେ ପୁଣି ଚର୍ଚ୍ଚାରେ ରାଜସ୍ଥାନ ରାଜନୀତି

107

କନକ ବ୍ୟୁରୋ: ବିଜେପି ବିରୋଧରେ ଅଭିଯୋଗ ଆଣିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସଚିନ୍ ପାଇଲଟଙ୍କ ବିଦ୍ରୋହର ୪ ମାସ ପରେ ପୁଣି ଥରେ ତାଙ୍କ ସରକାରଙ୍କୁ ଭାଙ୍ଗିବାକୁ ବିଜେପି ଷଡଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି । ଅଶୋକ ଗେହଲଟ୍ କହିଛନ୍ତି, ନିର୍ବାଚିତ ସରକାରଙ୍କୁ ଭାଙ୍ଗିବା ପାଇଁ ବିଜେପି ଆଉ ଥରେ ଚକ୍ରାନ୍ତ ଆରମ୍ଭ କରିଦେଇଛି ।

କଂଗ୍ରେସ ବିଧାୟକଙ୍କୁ ଅର୍ଥ ଓ ଅନ୍ୟ ପ୍ରତିଶ୍ରୁତି ଦେଇ ନିଜ ଆଡକୁ ଟାଣିବାକୁ ଉଦ୍ୟମ କରୁଛି ବିଜେପି । କଂଗେସ ପାର୍ଟି ଅଫିସର ଏକ ନୂଆ ବିଲ୍ଡିଂ ଉଦଘାଟନ ବେଳେ ଏପରି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ରାଜସ୍ଥାନର ୨ ଜଣ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ବିଧାୟକ, ବିଜେପିର ଶୀର୍ଷ ନେତୃତ୍ୱ ସହ ଆଲୋଚନା କରିଥିବା ନେଇ ଚର୍ଚ୍ଚା ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଭିଯୋଗ, ରାଜସ୍ଥାନ ରାଜନୀତିକୁ ବେଶ ସରଗରମ କରିଛି ।