କନକ ବ୍ୟୁରୋ: ଉନ୍ନାଓ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ନିଲମ୍ବିତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଦଳରୁ ତାଙ୍କୁ ବହିଷ୍କାର କରାଯାଇଛି । ପୂର୍ବରୁ ତାଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଏବେ ପୀଡିତାଙ୍କୁ ଦୁର୍ଘଟଣା ମାମଲା ସାମ୍ନାକୁ ଆସିବା ପରେ ତାଙ୍କୁ ବହିଷ୍କାର କରାଯାଇଛି । ସେପଟେ ପୀଡିତାଙ୍କ ଦୁର୍ଘଟଣା ପରେ ତାଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୩ଜଣ ପୋଲିସ କନଷ୍ଟେବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସେମାନେ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Advertisment

publive-image

ଗତ ରବିବାର ଦିନ ଉନ୍ନାଓ ଗଣଦୁଷ୍କର୍ମ ପୀଡିତା ତାଙ୍କ ପରିବାର ଓକିଲଙ୍କ ସହ ଗାଡିରେ ଯାଉଥିବା ବେଳେ ଏକ ଟ୍ରକ ଧକ୍କା ଦେବା ଯୋଗୁୁଁ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯେଉଁଥିରେ ପୀଡିତାଙ୍କ ମାଉସୀ ଓ ଖୁଡିଙ୍କ ମୃତ୍ୟୁ ହୋଇଥିବା ବେଳେ ପୀଡିତା ଓ ତାଙ୍କ ଓକିଲ ଗୁରୁତର ଆହତ ହୋଇଥିଲେ । ଏହି ଘଟଣାରେ ଉନ୍ନାଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଥିବା ବିଜେପି ସାଂସଦ କୁଲଦୀପ ସିଂ ସେଙ୍ଗରଙ୍କ ବିରୋଧରେ ହତ୍ୟା ଓ ହତ୍ୟା ଷଡଯନ୍ତ୍ର ଅଭିଯୋଗରେ ମଧ୍ୟ ମାମଲା ରୁଜୁ ହୋଇଛି ।