ଆସିଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା । ୪୦ ଜଣିଆ ତାଲିକାରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ।

Advertisment
ଆସିଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା । ୪୦ ଜଣିଆ ତାଲିକାରେ ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ।

କନକ ବ୍ୟୁରୋ: ଆସିଲା ବିଜେପିର ଷ୍ଟାର ପ୍ରଚାରକ ତାଲିକା । ଓଡିଶା ପାଇଁ ୪୦ ଜଣିଆ ଷ୍ଟାର କ୍ୟାମ୍ପନର ତାଲିକା ଜାରି କଲା ବିଜେପି । ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ତାଲିକା ପ୍ରକାଶ । ପ୍ରଚାରକ ତାଲିକାରେ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ନାଁ । ୨ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ନାଁ ରହିଥିବା ବେଳେ କ୍ରମାଗତ ଭାବେ ରାଜନାଥ ସିଂ, ଅମିତ ଶାହା, ନୀତିନ ଗଡକରୀ, ଯୋଗୀ ଆଦିତ୍ୟନାଥ, ସ୍ମୃତି ଇରାନୀ, ଅଶ୍ୱିନୀ ବୈଷ୍ଣବ, ଜ୍ୟୋତିରାଦିତ୍ୟ ସିନ୍ଦିଆ ଅଛନ୍ତି ।

ସେହିପରି ମନମୋହନ ସାମଲ, ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ବିଶ୍ୱେଶ୍ୱର ଟୁଡୁ, ଜୟ ନାରାୟଣ ମିଶ୍ର, ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ଅପରାଜିତା ଷଡଙ୍ଗୀ, ସମ୍ବିତ ପାତ୍ର, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂହଦେଓ, ପିଙ୍କି ପ୍ରଧାନ, ହରିହର ମହାପାତ୍ର, ଶ୍ରୀତମ ଦାସ ଅଛନ୍ତି ।

ସେହିପରି ଷ୍ଟାର ପ୍ରଚାରକ ତାଲିକାରେ ରହିଛି ଅନୁଭବ ମହାନ୍ତିଙ୍କ ନାଁ । ତାଲିକାର ୩୭ ନଂରେ ଅନୁଭବ ରହିଛନ୍ତି । ତେବେ କେନ୍ଦ୍ରାପଡାର ସାଂସଦ ଥିବା ଅନୁଭବ ଗତ କିଛି ଦିନ ତଳେ ବିଜେଡି ଛାଡି ବିଜେପିରେ ମିଶିଥିଲେ । ତାଙ୍କୁ ଏଥର ବିଜେପି ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏଯାଏଁ କୌଣସି ଜାଗାରୁ ତାଙ୍କୁ ଟିକେଟ୍ ଦିଆଯାଇନି । ଆଉ ଏବେ ତାଙ୍କୁ ପ୍ରଚାରକ ତାଲିକାରେ ସାମିଲ କରିଛି ବିଜେପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe