ଆନ୍ଧ୍ରପ୍ରଦେଶ-ଅରୁଣାଚଳ ବିଧାନସଭା ପାଇଁ ବିଜେପି ଘୋଷଣା କଲା ନିଜର ପ୍ରାର୍ଥୀ: ଜାଣନ୍ତୁ କିଏ ଲଢିବେ କେଉଁଠି?

Advertisment
ପାଟକୁରା ପାଇଁ ମୁଖ୍ୟ ନିର୍ବାଚନ କମିଶନ ଓ ସିଇଓଙ୍କୁ ଭେଟିଲା ବିଜେପି ଟିମ୍ । ପାଟକୁରା ନିର୍ବାଚନ ଧାର୍ଯ୍ୟ ତାରିଖରେ କରିବା ପାଇଁ ଦାବି ।

କନକ ବ୍ୟୁରୋ: ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶ ଓ ଅରୁଣାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି। ବିଜେପି ଗତକାଲି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶ ପାଇଁ ୧୨୩ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେହିପରି ବିଜେପି ଉତ୍ତର-ପର୍ବାଂଚଳ ରାଜ୍ୟ ଅରୁଣାଚଳ ପ୍ରଦେଶ ଲାଗି ୫୪ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

ପେମା ଖାଣ୍ଡୁଙ୍କ ନେତୃତ୍ୱରେ ଅରୁଣାଚଳ ପ୍ରଦେଶରେ ବିଜେପି କ୍ଷମତାରେ ଅଛି। ବର୍ଷ ୨୦୧୪ରେ ଏଠାରେ କଂଗ୍ରେସ ବିଜୟ ହାସଲ କରିଥିଲା କିନ୍ତୁ ପରେ ରାଜନୈତିକ ଅଦଳବଦଳ ଯୋଗୁଁ ଅଧିକାଂଶ ବିଧାୟକ ବିଜେପିରେ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ମୁକତୋ ଆସନରୁ ନିର୍ବାଚନ ଲଢ଼ିବେ।

ଆନ୍ଧ୍ରପ୍ରଦେଶରେ ଭାରତୀୟ ଜନତା ପାର୍ଟିର କୌଣସି ବଡ଼ ଦଳ ସହିତ ମେଣ୍ଟ କରିନାହିଁ। ଜଗନ ମୋହନ ରେଡ୍ଡୀଙ୍କୁ କେସିଆର ସମର୍ଥନ ଦେଇଛି। ଫିଲ୍ମ ଷ୍ଟାର ପବନ କଲ୍ୟାଣଙ୍କ ପାର୍ଟି ବହୁଜନ ସମାଜ ପାର୍ଟି ସହିତ ମେଣ୍ଟ କରିଛି। କଂଗ୍ରେସ ଏବଂ ତେଲୁଗୁ ଦେଶମ ପାର୍ଟି ଅଲଗା ଅଲଗା ଲଢ଼ିବେ। କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ପରେ ବିଜେପି ନିଜର ତାଲିକା ଘୋଷଣା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe