କନକ ବ୍ୟୁରୋ : ବିଜେପି ଜାରି କରିଛି ‘କଂଗ୍ରେସ ଫାଇଲ୍ସ’ର ଦ୍ୱିତୀୟ ଭାଗ । କଂଗ୍ରେସ ଅମଳରେ ହୋଇଥିବା ଜାଲିଆତି ଓ ଦୁର୍ନୀତି ବାବଦରେ ଦ୍ୱିତୀୟ ଭାଗରେ ସୂଚନା ଦିଆଯାଇଛି । ଏଥିରେ ବିଜେପି ଅଭିଯୋଗ କରିଛି ଯେ, ଏମ୍ ଏଫ୍ ହୁସେନଙ୍କ ପେଟିଂକୁ ପ୍ରିୟଙ୍କା ଗାନ୍ଧୀ ବିକ୍ରି କରିଥିଲେ । ୟେସ୍ ବ୍ୟାଙ୍କ ସହପ୍ରତିଷ୍ଠାତା ରାଣା କପୁର ଏହାକୁ ପ୍ରିୟଙ୍କାଙ୍କଠାରୁ ୨ କୋଟି ଟଙ୍କାରେ କିଣିଥିଲେ । ଏଥିରୁ ମିଳିଥିବା ଅର୍ଥକୁ ସୋନିଆ ଗାନ୍ଧୀଙ୍କ ଚିକିତ୍ସାରେ ଖର୍ଚ୍ଚ କରାଯାଇଥିଲା ।

Advertisment

ଏଫ୍ଏଟିଏଫ୍ ରିପୋର୍ଟକୁ ଆଧାର କରି ବିଜେପି କହିଛି, ଏହି ରିପୋର୍ଟରେ ଏପର୍ଯ୍ୟନ୍ତ ଆତଙ୍କବାଦ ପାଣ୍ଠି ଚାଲାଣ କରୁଥିବା ପାକିସ୍ତାନ ଭଳି ଦେଶର କେସ୍ ଷ୍ଟଡି ହେଉଥିଲା । ଏବେ ଗାନ୍ଧୀ ପରିବାରର ଦୁର୍ନୀତିର କେସ୍ ଷ୍ଟଡି କରାଯାଉଛି । ଏଥିରେ ରାଣା କପୁର ପ୍ରବର୍ତନ ନିର୍ଦ୍ଦେଶାଳୟକୁ ଦେଇଥିବା ବୟାନକୁ ସ୍ଥାନ ଦିଆଯାଇଛି । ରାଣା କପୁରଙ୍କୁ ପଦ୍ମଭୂଷଣ ଦେବା ପାଇଁ ଗାନ୍ଧୀ ପରିବାର ପକ୍ଷରୁ ଅହମ୍ମଦ ପଟେଲ କହିଥିବା ଅଭିଯୋଗ ହୋଇଛି ।